କଟକ:ତାଲାବନ୍ଦ ନିୟମକୁ ଉଲ୍ଲଂଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ଆଜି ପର୍ଯ୍ୟନ୍ତ ମୋଟ ୧୬୦୫ ଟି ମାମଲା ରୁଜୁ କରାଯାଇଛି । ଗତ ୨୪ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଏହି ସଂଖ୍ୟକ ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟରେ ଲକଡାଉନ ନିୟମ ଉଲ୍ଲଂଘନ: 24 ଘଣ୍ଟାରେ 224 ଜଣଙ୍କ ନାମରେ ମାମଲା - corona
ତାଲାବନ୍ଦ ନିୟମକୁ ଉଲଂଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ଆଜି ପର୍ଯ୍ୟନ୍ତ ମୋଟ ୧୬୦୫ ଟି ମାମଲା ରୁଜୁ କରାଯାଇଛି । ଅଧିକ ପଢନ୍ତୁ..
lock-down-violation-in-odisha
ରବିବାର ଠାରୁ ସୋମବାର ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ୨୨୪ ଟି ମାମଲା ରୁଜୁ କରାଯାଇଛି । ଏହି ୨୨୪ ଟି ମାମଲା ମଧ୍ୟରୁ ୨୨୧ ଟି ମାମଲା ତାଲାବନ୍ଦ ନିୟମ ଉଲ୍ଲଂଘନ କରିବା ଅଭିଯୋଗ ରୁଜୁ ହୋଇଥିବା ବେଳେ ୩ ଟି ମାମଲା ହୋମ କ୍ବାରେଣ୍ଟାଇନ ଉଲ୍ଲଂଘନ କରିବା ଅଭିଯୋଗରେ ରୁଜୁ କରାଯାଇଥିବା ଏକ ପ୍ରେସ ରିଲିଜ ମାଧ୍ୟମରେ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ