ଓଡିଶା

odisha

ETV Bharat / city

ସମ୍ପୂର୍ଣ୍ଣ ଲକ୍ ଡାଉନ ସିଲଭରସିଟି; ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି - ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି

କଟକରେ ଲକଡାଉନ ଫଳରେ ହନ୍ତସନ୍ତ ବ୍ୟବସାୟୀ ଓ ବଣିକ ସଂଘ । ବେପାର ଠପ, ଗାଡ଼ି ବି ଠପ । ଏପରି ଅଭିଯୋଗ ପାଇବା ପରେ ପ୍ରଶାସନ ନେଇଛି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ଅଧିକ ପଢନ୍ତୁ..

lock-down-cuttack
lock-down-cuttack

By

Published : Mar 24, 2020, 2:38 PM IST

କଟକ: କୋରୋନା ମୁକାବିଲା ପାଇଁ ସହରକୁ ଲକଡାଉନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟସରକାର। ତେବେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ହେବ ବୋଲି କୁହାଯାଇଛି। କିନ୍ତୁ ଲକଡାଉନ ଭୟରେ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣି ଘରେ ଠୁଳ କରିବାରେ ବ୍ୟସ୍ତ। ଏଭଳି ନକରିବାକୁ ପରାମର୍ଶ ଦେଇଛି କଟକ ବଣିକ ସଙ୍ଘ। ଅନ୍ୟପଟେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଯେପରି ସମସ୍ୟା ନ ଉପୁଜେ ତାହାପ୍ରତି ଯଥେଷ୍ଟ ସତର୍କ ଅଛନ୍ତି ଜିଲ୍ଲା ପ୍ରଶାସନ ।

ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି
କଟକ ସହରକୁ ଲକଡାଉନ କରାଯିବା ପରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ମାଲଗୋଦାମ ରେ ଖାଉଟିଙ୍କ ଭିଡ଼ ଜମୁଛି । ଖାଉଟିଙ୍କ ଚାହିଦା ପୂରଣ କରିବା ପାଇଁ ବଣିକ ସଙ୍ଘ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିଲା ବେଳେ ପ୍ରଶାସନିକ କଟକଣା ଯୋଗୁଁ ଏଥିରେ ସମସ୍ୟା ଉପୁଜୁଛି । ବିଶେଷକରି ପୋଲିସର ଜୁଲମ ଯୋଗୁଁ ଗାଡ଼ିରେ ଅତ୍ୟାବଶ୍ୟକ ସାମଗ୍ରୀ ଗୋଦାମକୁ ଆଣିବାରେ ବାଧା ଉପୁଜିଥିବା ନେଇ ସୋମବାର କଟକ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି କଟକ ବଣିକ ସଙ୍ଘ ଓ ରାଜ୍ୟ ଟ୍ରକ ମାଲିକ ସଙ୍ଘ।ରାଜ୍ୟରେ ବର୍ତ୍ତମାନ ୪୦ ପ୍ରତିଶତ ଟ୍ରକ ଅତ୍ୟାବଶ୍ୟକ ସାମଗ୍ରୀ ନେବା ଆଣିବା କରୁଛନ୍ତି ।

ଯେଉଁ ଡ୍ରାଇଭର ମାନେ ଉକ୍ତ ଟ୍ରକ ଗୁଡିକ ଚଳାଉଛନ୍ତି, ବାଟରେ ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯାହାଫଳରେ ଗୋଦାମ ମାନଙ୍କରେ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ପାଇଁ ସମସ୍ୟା ଉପୁଜିଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛି କଟକ ବଣିକ ଓ ଟ୍ରକ ମାଲିକ ସଙ୍ଘ। ସେହିପରି ମାଲଗୋଦାମରେ ଯେତିକି ସାମଗ୍ରୀ ମହଜୁତ ଅଛି ତାହା ୨୫ ରୁ ୩୦ ଦିନ ପର୍ଯ୍ୟନ୍ତ ଚାଲିଯିବ ବୋଲି କଟକ ବଣିକ ମହାସଂଘ କହିଛି। ସହରରେ ଯେପରି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ସମସ୍ୟା ନ ଉପୁଜେ ତାହାକୁ ଗୁରୁତ୍ୱ ଦେଇଛନ୍ତି ଜିଲ୍ଲା ପ୍ରଶାସନ।ସମସ୍ତ ସମସ୍ୟା ର ସମାଧାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ କଟକ ଜିଲ୍ଲାପାଳ।କଟକ ଜିଲ୍ଲାପାଳ ଙ୍କ କନଫରେନ୍ସ ହଲ ରେ ଏହି ବୈଠକରେ ରାଜ୍ୟ ବଣିକ ସଙ୍ଘ,ଟ୍ରକ ମାଲିକ ସଙ୍ଘ, କଟକ ଡିସିପି,ଗ୍ରାମାଞ୍ଚଳ ଏସପିଙ୍କ ସମେତ ସିଏମସି କମିଶନର ପ୍ରମୁଖ ଯୋଗ ଦେଇଥିଲେ।

ମାଲଗୋଦାମରେ ରୋଟେସନ ଅନୁଯାୟୀ ଦୋକାନ ଖୋଲିବା ଓ ଏଥିପାଇଁ ସମୟ ନିର୍ଘଣ୍ଟ କରିବାପାଇଁ ନିଷ୍ପତ୍ତି ନିଆଯାଇଛି।ରିଟଲର ଓ ହୋଲସେଲର ବ୍ୟବସାୟୀ ଅଲଗା ଅଲଗା ସମୟରେ ଦୋକାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।ସେହିପରି ଟ୍ରକ ଡ୍ରାଇଭର ମାନକୁ ପାସ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି।ତେବେ ସେମାନଙ୍କର ସମସ୍ତ ସମସ୍ୟା ର ସମାଧାନ କରାଯାଇଥିବା କଟକ ଜିଲ୍ଲାପାଳ କହିଛନ୍ତି। ସୋମବାର ପ୍ରଥମ ଦିନର ଏହି ଲକଡାଉନ ନିୟମକୁ କଟକରେ ଅନେକ ଲୋକ ମାନିନଥିବା ଦେଖିବାକୁ ମିଳିଥିଲା । ଯଦିଓ ସହରର ଅନେକ ଗଳିକନ୍ଦି ସ୍ଥାନରେ ପୋଲିସ ଚେକିଂ କରାଯାଇଥିଲା ତେବେ ବିଭିନ୍ନ ଆଳ ଦେଖାଇ ଏହି ନିୟମକୁ ଉଲଂଘନ କରିଥିଲେ କଟକ ବାସୀ।ତେବେ ଆସନ୍ତାକାଲି ଠାରୁ ନିୟମକୁ ଆହୁରି କଡା କଡ଼ି କରାଯିବ ବୋଲି କଟକ ଡିସିପି କହିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details