ଓଡିଶା

odisha

SCB ମେଡିକାଲରେ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍‌ ଉଦଘାଟିତ

By

Published : Sep 30, 2022, 10:29 AM IST

କଟକ ଏସ୍‌ସିଵି ମେଡିକାଲ କଲେଜରେ ଉଦଘାଟିତ ହେଲା ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ । ଗୁରୁବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସ(Naba Kishore Das) ଏହାର ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ

SCB ମେଡିକାଲରେ ଉଦଘାଟିତ ହେଲା ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍‌
SCB ମେଡିକାଲରେ ଉଦଘାଟିତ ହେଲା ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍‌

କଟକ: ଏସସିବି ମେଡ଼ିକାଲ୍ କଲେଜ ଓ ହସ୍ପିଟାଲରେ(SCB Medical) ଉଦଘାଟିତ ହେଲା ଲିଭର ପ୍ରତିରୋପଣ ବିଭାଗ(Liver Transplantation Unit) । ଗୁରୁବାର ନୂତନ ଲିଭର ପ୍ରତ୍ୟାର୍ପଣ ବିଭାଗ, ନିଉବର୍ଣ୍ଣ ୟୁନିଟ ଆଇସିୟୁ ଓ ମେଡିସିନ କ୍ୟାବିନର ଉଦଘାଟନ କରିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସ(Health and Family Welfare Minister)। ଏଣିକି ଆକ୍ରାନ୍ତମାନେ ଟ୍ରାନ୍ସପ୍ଲାଣ୍ଟ ପାଇଁ ନୂଆ ଲିଭର ଟ୍ରାନ୍ସପ୍ଲାଣ୍ଟ ଆଉଟଡୋରରେ ପଞ୍ଜିକରଣ କରିପାରିବେ ।

ଏହା ମଧ୍ୟ ପଢନ୍ତୁ: ORHDC Scam: ବିଧାୟକ ମହମ୍ମଦ ମୋକିମଙ୍କୁ 3ବର୍ଷ ଜେଲ ଦଣ୍ଡ

SCB ମେଡିକାଲରେ ଉଦଘାଟିତ ହେଲା ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍‌

ଏସସିବି ମେଡ଼ିକାଲ ପରିସରରେ ନିଉବର୍ଣ୍ଣ ୟୁନିଟର ୧୦ଟି ଆଇସିୟୁ ବେଡ ଏବଂ ମେଡିସିନ ବିଭାଗର ୧୩ ଟି କ୍ୟାବିନର ସ୍ବାସ୍ଥ୍ୟ ମନ୍ତ୍ରୀ ଉଦଘାଟନ କରିଛନ୍ତି । ଯେଉଁଥିରେ ରାଜ୍ୟବାସୀଙ୍କୁ ଆହୁରି ଉତ୍ତମ ସ୍ୱାସ୍ଥ୍ୟ ସେବା ମିଳିପାରିବ । ସେହିପରି ଏସସିବିରେ ଖୁବଶୀଘ୍ର ମାଗଣାରେ ଲୋକେ ଲିଭର ପ୍ରତ୍ୟାର୍ପଣ କରି ପାରିବେ । ଆସନ୍ତା ଦୁଇ ମାସ ମଧ୍ୟରେ ରାଜ୍ୟବାସୀଙ୍କୁ ଏହି ସୁବିଧା ମିଳିପାରିବ ।

ଏନେଇ ମନ୍ତ୍ରୀ କହିଛନ୍ତି ଯେ, ‘‘ବହୁତ ଦିନରୁ କିଭଳି କଟକରେ କିଡନୀ, ଲିଭର ଟ୍ରାନ୍ସପ୍ଲାଣ୍ଟ ହୋଇପାରିବ ସେନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ରହିଥିଲା । ଆଜି ଖୁସିର କଥା ୟୁନିଟର ୧୦ଟି ଆଇସିୟୁ ବେଡ ଏବଂ ମେଡିସିନ ବିଭାଗର ୧୩ ଟି କ୍ୟାବିନର ଉଦଘାଟନ କରାଯାଇଛି । ଏହା ଏକ ଖୁସିର କଥା । ଏହା ଏସସିବି ପାଇଁ ଏକ ଗର୍ବର କଥା । ଡାକ୍ତରୀ ପଦ ଯେମିତି ଖାଲି ନହେବ ମୁଁ ସେଥିପ୍ରତି ଦୃଷ୍ଟି ଦେବି । ସରକାର ସ୍ବାସ୍ଥ୍ୟର ଭିତ୍ତିଭୂମି ପାଇଁ ଅନେକ ପଇସା ଖର୍ଚ୍ଚ କରୁଛନ୍ତି । ଏସସିବିକୁ ବିଶ୍ବ ସ୍ତରୀୟ କରିବା ପାଇଁ ନାନା ଯୋଜନା ମଧ୍ୟ କରିଛନ୍ତି । ଆଗାମୀ ଦିନରେ ବୁର୍ଲା ମେଡିକାଲ କଲେଜ, ବ୍ରହ୍ମପୁର ମେଡିକାଲ କଲେଜ ସହ କ୍ୟାନସର ହସ୍ପିଟାଲର ମଧ୍ୟ ଉନ୍ନତି କରାଯିବ ।’’

ଇଟିଭି ଭାରତ, କଟକ

ABOUT THE AUTHOR

...view details