କଟକ: ପିଲାଙ୍କ ପାଇଁ କାଳ ସାଜିଛି ଲିଚୁ । ବିହାରରେ ନେଉଛି ଜୀବନ । ଆକ୍ୟୁଟ ଏନ୍ସେଫାଲାଇଟିସ୍ ତଥା ଚମକି ରୋଗରେ ପଡି ବର୍ତ୍ତମାନ ସୁଦ୍ଧା 100ରୁ ଅଧିକ ଶିଶୁଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।
କଟକରେ ଯାଞ୍ଚ ହେବ ଲିଚୁ ! - litchi
ଆବଶ୍ୟକ ପଡିଲେ କଟକରେ ଲିଚୁର ହେବ ମାନ ନିରୀକ୍ଷଣ । ଏହା କହିଛନ୍ତି କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ।
ଡିଜାଇନ ଫଟୋ
ସେପଟେ ଶିଶୁ ମୃତ୍ୟୁ ବଢୁଥିବାବେଳେ ଏପଟେ ଓଡିଶାକୁ ଚିନ୍ତା ଘାରିଛି । ଏହାକୁ ରାଜ୍ୟ ସରକାର ଗୁରୁତର ସହ ନେଇଛନ୍ତି । କଟକରେ ମଧ୍ୟ ଏହା ଉପରେ ଗୁରୁତ୍ବ ଦେଇଛି ଜିଲ୍ଲା ପ୍ରଶାସନ । ଆବଶ୍ୟକ ପଡିଲେ ସହରର ବିଭିନ୍ନ ସ୍ଥାନରେ ଲିଚୁର ମାନ ନିରୀକ୍ଷଣ କରାଯିବ ବୋଲି କଟକ ଜିଲ୍ଲାପାଳ କହିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ