ଓଡିଶା

odisha

By

Published : Nov 16, 2021, 4:58 PM IST

ETV Bharat / city

ମଦ ବ୍ୟବସାୟ ବନ୍ଦ ପ୍ରସଙ୍ଗ; ସରକାରଙ୍କ ସତ୍ୟପାଠ ତାଲିକାଭୁକ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ରାଜ୍ୟରେ ମଦ ବ୍ୟବସାୟ ବନ୍ଦ କରିବାକୁ ନେଇ ୨୦୧୩ ମସିହାରେ ଓଡିଶା ହାଇକୋର୍ଟରେ ରୁଜୁ କରାଯାଇଥିବା ଏକ ଜନସ୍ବାର୍ଥ ମାମଲାର ହାଇକୋର୍ଟରେ ଶୁଣାଣି ହୋଇଛି। ଅଧିକ ପଢନ୍ତୁ

High Court
High Court

କଟକ: ରାଜ୍ୟରେ ମଦ ବ୍ୟବସାୟ ବନ୍ଦ କରିବାକୁ ନେଇ ୨୦୧୩ ମସିହାରେ ଓଡିଶା ହାଇକୋର୍ଟରେ ରୁଜୁ କରାଯାଇଥିବା ଏକ ଜନସ୍ବାର୍ଥ ମାମଲାର ହାଇକୋର୍ଟରେ ଶୁଣାଣି ହୋଇଛି।

ଏହି ମାମଲାରେ ରାଜ୍ୟ ସରକାର ଦାଖଲ କରିଥିବା ଜବାବ ସତ୍ୟପାଠ ଓ କମ୍ପ୍ଲାଏନସ ସତ୍ୟପାଠ ମାମଲାର ଲିଷ୍ଟରେ ସଲଗ୍ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହା ସହ ଏହି ଦୁଇ ସତ୍ୟପାଠର କପି ଆବେଦନକାରୀ ଓକିଲଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ଏହାର ପ୍ରତି ଜବାବ ଆସନ୍ତା ଶୁଣାଣି ପୂର୍ବରୁ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି।

୨୦୨୨ ଜାନୁଆରୀ ୨୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଆଜି ହାଇକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ମୁଖ୍ୟ ବିଚାରପତି ଡ. ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଛି। ଗତ ଜୁନ ୨୨ ତାରିଖରେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ନଭେମ୍ବର ୧ ତାରିଖ ସୁଦ୍ଧା ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।

ଅକ୍ଟୋବର ୨୬ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଏହି ଦୁଇ ସତ୍ୟପାଠ ଦାଖଲ କରାଯାଇଥିଲା। ଆଇନଜୀବୀ ଅରୁଣ ବୁଦ୍ଧିଆଙ୍କ ପକ୍ଷରୁ ହାଇକୋର୍ଟରେ ଏହି ଜନସ୍ବାର୍ଥ ମାମଲା ଦାୟର ହୋଇଥିବା ବେଳେ ବରିଷ୍ଠ ଆଇନଜୀବୀ ଗୌତମ କୁମାର ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details