ଓଡିଶା

odisha

ETV Bharat / city

ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମାମଲା, ଇଭିଏମ ସଂରକ୍ଷିତ ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ - koraput district election commission

ଲକ୍ଷ୍ମୀପୁର ବିଧାନସଭା ଆସନ ନିର୍ବାଚନ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ, ଇଭିଏମ ଓ ଭିଭିପାଟ ମେସିନ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋରାପୁଟ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଲକ୍ଷ୍ମୀପୁର ନିର୍ବାଚନରେ ବ୍ୟବହାର ହୋଇଥିବା ଇଭିଏମ ଓ ଭିଭିପାଟକୁ ସଂରକ୍ଷିତ କରି ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

laxmipur election case
ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମାମଲା, ଇଭିଏମ ସଂରକ୍ଷିତ ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

By

Published : Jan 30, 2020, 9:28 AM IST

କଟକ: ଲକ୍ଷ୍ମୀପୁର ବିଧାନସଭା ଆସନ ନିର୍ବାଚନ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ, ଇଭିଏମ ଓ ଭିଭିପାଟ ମେସିନ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋରାପୁଟ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଲକ୍ଷ୍ମୀପୁର ନିର୍ବାଚନରେ ବ୍ୟବହାର ହୋଇଥିବା ଇଭିଏମ ଓ ଭିଭିପାଟକୁ ସଂରକ୍ଷିତ କରି ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଯଦି ଆବଶ୍ୟକ ପଡେ, ହାଇକୋର୍ଟରେ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଲକ୍ଷ୍ମୀପୁର ନିର୍ବାଚନ ସମ୍ପର୍କିତ ସମସ୍ତ ଅରିଜିନାଲ ରେକର୍ଡ ଓ ପ୍ରାର୍ଥୀଙ୍କ ସଂକ୍ରାନ୍ତୀୟ ନଥିପତ୍ର ଦାଖଲ ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ, ଲକ୍ଷ୍ମୀପୁର ରିଟର୍ଣ୍ଣିଂ ଅଫିସର ଓ ଜୟପୁର ରିଟର୍ଣ୍ଣିଂ ଅଫିସରକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଫେବୃଆରୀ 17 ତାରିଖ ସୁଦ୍ଧା ହାଇକୋର୍ଟ ରେଜିଷ୍ଟ୍ରାର ଏସମ୍ପର୍କିତ ରେକର୍ଡ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ 24 ରେ ହେବ । ସୂଚନା ଥାଉକି, ବିଜୟୀ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ରରେ ତ୍ରୁଟି ଥିବା ଦର୍ଶାଇବା ସହ ରିଟର୍ଣ୍ଣିଂ ଅଫିସର ନାମାଙ୍କନ ପତ୍ରକୁ ଠିକ ଭାବରେ ଯାଞ୍ଚ କରିନଥିବା ଓ ବିଧାୟକ ଅସାଧୁ ଉପାୟ ଅବଲମ୍ବନ କରିଥିବା ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details