କଟକ:ତ୍ରିଶୂଳିଆ ସ୍ଥିତ ବ୍ଲୁ ଷ୍ଟାର ରିୟଲ ଇଷ୍ଟେଟର ମାଲିକାଣୀ ପିଙ୍କି ପ୍ରଧାନଙ୍କ ପାଇଁ ବଢିଲା ଅଡୁଆ । ଗିରଫ ହୋଇ ଜେଲ ଗଲା ପରେ ମଧ୍ୟ ତାଙ୍କ ପାଇଁ ବିବାଦ ବଢ଼ିବାରେ ଲାଗିଛି । ପିଙ୍କିଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଛିନ୍ତି କଟକର ମାଆ ଚର୍ଚ୍ଚିକା କୋଲଡ ଷ୍ଟୋରେଜ ପ୍ରାଇଭେଟ୍ ଲିମିଟେଡର ମାଲିକ ଡକ୍ଟର କିଶନଲାଲ ଅଗ୍ରୱାଲଙ୍କ ପୁଅ ରାହୁଲ ଭର୍ତିଆ ।
ଅଭିଯୋଗ ମୁତାବକ ପିଙ୍କି ପ୍ରଧାନ ଜମି ଜାଲିଆତି କରିବା ସହ ଅନେକ ଲୋକ ମାନଙ୍କୁ ମିଛ ସତ ତଥ୍ୟ ଦେଇ ଟଙ୍କା ନେଇ ଠକିଛନ୍ତି । ଏହା ବ୍ୟତିତ ବାରଙ୍ଗ ଠାରେ ଥିବା ଡକ୍ଟର କିଶନଲାଲ ଅଗ୍ରୱାଲଙ୍କ ଏକ ଏକର ୮୮ ଡେସିମିଲ ଜମିକୁ ନିଜର ଜମି କହି ଲୋକଙ୍କ ଠାରୁ ଟଙ୍କା ସଂଗ୍ରହ କରୁଥିବା ଅଭିଯୋଗ କରିଛନ୍ତି ରାହୁଲ ।
ଏହାବି ପଢନ୍ତୁ :Kotia Row In Supreme Court: ସୁପ୍ରିମକୋର୍ଟରେ ୪ ସପ୍ତାହ ଘୁଞ୍ଚିଲା ଶୁଣାଣି