ଓଡିଶା

odisha

ETV Bharat / city

ସରକାରୀ ଜମି ବିକ୍ରି ଅଭିଯୋଗରେ ୬ ମାଫିଆ ଗିରଫ - ଚୌଦ୍ବାର ଅଞ୍ଚଳରେ ସକ୍ରିୟ ଜମି ମାଫିଆ

ଚୌଦ୍ବାର ଅଞ୍ଚଳରେ ସକ୍ରିୟ ଜମି ମାଫିଆ । ସରକାରୀ ଜମିକୁ ବିକ୍ରି କରିବା ଅଭିଯୋଗରେ ୬ମାଫିଆ ଗିରଫ । ଅଧିକ ପଢନ୍ତୁ...

land mafia arrested in cuttack
ସରକାରୀ ଜମିକୁ ବିକ୍ରି କରିବା ଅଭିଯୋଗରେ ୬ମାଫିଆ ଗିରଫ

By

Published : Feb 19, 2021, 8:38 PM IST

କଟକ: ଚୌଦ୍ବାର ଅଞ୍ଚଳରେ ସକ୍ରିୟ ଜମି ମାଫିଆ। ସରକାରୀ ଜମିକୁ କବଜା କରି ବିକ୍ରୟ କରି ମାଲାମାଲ ହେଉଛନ୍ତି ଜମି ମାଫିଆ। ଏଭଳି ଅଭିଯୋଗ ଆସିବା ପରେ ୬ ଜମି ମାଫିଆଙ୍କୁ ଗିରଫ କରିଛି ଚୌଦ୍ବାର ଥାନା ପୋଲିସ।

ସରକାରୀ ଜମିକୁ ବିକ୍ରି କରିବା ଅଭିଯୋଗରେ ୬ମାଫିଆ ଗିରଫ

ସୂଚନା ଅନୁଯାୟୀ ଶିତେଶ ମହାନ୍ତି ନାମକ ଜଣେ ବ୍ୟକ୍ତି ଜମି କିଣିବା ପାଇଁ ଏହି ମାଫିଆ ମାନଙ୍କୁ ୧ ଲକ୍ଷ ୪୦ ହଜାର ଟଙ୍କା ଦେଇଥିଲେ । ମାତ୍ର ଜମିରେ କାମ କରିବାକୁ ଗଲା ବେଳକୁ ଏହି ମାଫିଆମାନେ ଆହୁରି ଅଧିକ ଟଙ୍କା ଦେବାକୁ କହିଥିଲେ। ଏପରିକି ଧମକ ଚମକ ଦେଇଥିଲେ। ଏନେଇ ସମ୍ପୃକ୍ତ ବ୍ୟକ୍ତି ଜଣକ ଚୌଦ୍ବାର ଥାନାରେ ମାମଲା ରୁଜୁ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ୬ ମାଫିଆଙ୍କୁ ଗିରଫ କରିଛି। କେବଳ ସେତିକି ନୁହେଁ ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ ଓ ଗୁଳି ଜବତ କରିଛି ପୋଲିସ। ଚୌଦ୍ବାର ଅଞ୍ଚଳରେ ଅନେକ ଜମି ମାଫିଆ ଗ୍ୟାଙ୍ଗ ରହିଥିବା କଟକ ଡିସିପି କହିଛନ୍ତି। ତେବେ ସେମାନଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଡିସିପି ସୂଚନା ଦେଇଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details