କଟକ :ବଦଳିବ କଟକର ଅଧିଷ୍ଠାତ୍ରୀ ଦେବୀ ମା' କଟକ ଚଣ୍ଡିଙ୍କ ମନ୍ଦିରର ରୂପରେଖ । କେବଳ ମନ୍ଦିର ନୁହେଁ ବରଂ ଏହାର ଆଖାପାଖ ଅଞ୍ଚଳକୁ ମଧ୍ୟ ଦିଆଯିବ ଏକ ନୂଆ ରୂପ । ମା'ଙ୍କ ମନ୍ଦିର ଓ ଏହାର ପରିସରର ବିକାଶ କରିବା ପାଇଁ ରାଜ୍ୟ ସରକାର ଏନେଇ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବାକୁ ଯାଉଛନ୍ତି । ଏନେଇ ଆଗରୁ ମନ୍ଦିରକୁ ଆସି ଭିତ୍ତିଭୂମିର ସମୀକ୍ଷା କରିଥିଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ।
OBCC ଦ୍ବାରା ପ୍ରସ୍ତୁତ ଏହି ଯୋଜନା ଅନୁଯାୟୀ ମନ୍ଦିର ପରିସରକୁ ଅଧିକ ଆକର୍ଷଣୀୟ କରାଯିବ । ମନ୍ଦିର ଚତୁଃପାର୍ଶ୍ବରେ ପଥର ପାଚେରୀ ନିର୍ମାଣ ସହିତ ଚାରି ଦିଗରେ ଚାରି ଗୋଟି ଦ୍ବାର ନିର୍ମାଣ କରାଯିବ । ଚଣ୍ଡି ମନ୍ଦିରଟି ରାସ୍ତାର ଅତ୍ୟନ୍ତ ନିକଟରେ ଥିବାରୁ ଭାରିଯାନ ଚଳାଚଳ, ଯାତ୍ରୀ ମାନଙ୍କ ନିରାପତ୍ତା ଉପରେ ବିପଦ ସୃଷ୍ଟି କରୁଛି । ତେଣୁ ଚଣ୍ଡି ମନ୍ଦିର ସମ୍ମୁଖ ରାସ୍ତାକୁ ପରିବର୍ତ୍ତନ କରାଯିବ ।