ଓଡିଶା

odisha

By

Published : Nov 2, 2021, 2:22 PM IST

ETV Bharat / city

ବେଆଇନ ବାଣ ଦୋକାନ ଉପରେ ଚଢଉ

କଟକ ପଦ୍ମପୁର ଅଞ୍ଚଳରେ ବେଆଇନ ବାଣ ବିକ୍ରି ଅଭିଯୋଗ । ଦୋକାନ ଉପରେ ଜଗତପୁର ଥାନା ପୋଲିସ ଚଢାଉ କରି ବିପୁଳ ପରିମାଣର ବାଣ ଜବତ କରିଛି । ଅଧିକ ପଢନ୍ତୁ...

ବେଆଇନ ବାଣ ଦୋକାନ ଉପରେ ଜଗତପୁର ପୋଲିସର ଚଢାଉ, ଲକ୍ଷାଧିକ ମୂଲ୍ୟର ବାଣ ଜବତ
ବେଆଇନ ବାଣ ଦୋକାନ ଉପରେ ଜଗତପୁର ପୋଲିସର ଚଢାଉ, ଲକ୍ଷାଧିକ ମୂଲ୍ୟର ବାଣ ଜବତ

କଟକ: ବେଆଇନ ବାଣ ଦୋକାନ ଉପରେ ରେଡ଼ । ପଦ୍ମପୁର ଅଞ୍ଚଳରେ ରେଡ଼ କଲା ଜଗତପୁର ଥାନା ପୋଲିସ । ରେଡ଼ ସମୟରେ ଲକ୍ଷାଧିକ ଟଙ୍କାର ବେଆଇନ ବାଣ ଜବତ ହୋଇଛି ।

ବେଆଇନ ବାଣ ଦୋକାନ ଉପରେ ଜଗତପୁର ପୋଲିସର ଚଢାଉ, ଲକ୍ଷାଧିକ ମୂଲ୍ୟର ବାଣ ଜବତ

ଦୀପାବଳିରେ କେବଳ ସବୁଜ ବାଣ ବିକ୍ରି ପାଇଁ ରହିଛି କୋର୍ଟର ଅନୁମତି । କିନ୍ତୁ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି କିଛି ଅସାଧୁ ବ୍ୟବସାୟୀ ପାରମ୍ପରିକ ବାଣ ବିକ୍ରି କରୁଥିବା ପୋଲିସକୁ ଖବର ମିଳିଥିଲା । ଏହା ପରେ ପୋଲିସ ଚଢାଉ କରି ବିପୁଳ ପରିମାଣର ବାଣ ସହ ବାରୁଦକୁ ମଧ୍ୟ ଜବତ କରିଛି ।

ବେଆଇନ ବାଣ ଦୋକାନ ଉପରେ ଜଗତପୁର ପୋଲିସର ଚଢାଉ, ଲକ୍ଷାଧିକ ମୂଲ୍ୟର ବାଣ ଜବତ

ତେବେ ସୂଚନା ଥାଉ କି ଦୀପାବଳିରେ ବାଣ ବିକ୍ରି ଓ ଫୁଟାଇବାକୁ ନେଇ ଆଶା ଆଶଙ୍କାରେ ଥିଲେ ବ୍ୟବସାୟୀ । କିନ୍ତୁ ଗତକାଲି (ସୋମବାର) ହାଇକୋର୍ଟ କେବଳ ସବୁଜ ବାଣ ବିକ୍ରିକୁ ଅନୁମତି ଦେଇଥିଲେ । କିନ୍ତୁ ବାଣ ବିକ୍ରିକୁ ଅନୁମତି ମିଳିବା ପରେ ବ୍ୟବସାୟୀମାନେ ବାୟୁକୁ ପ୍ରଦୂଷିତ କରୁଥିବା ବା ବିଷାକ୍ତ ଧୂଆଁ ବାହାରୁଥିବା ବାଣଗୁଡିକୁ ବିକ୍ରି କରୁଥିବା ଆସିଛି ନଜର ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details