ଓଡିଶା

odisha

ETV Bharat / city

କାରଖାନାରେ ଜଳିଗଲେ ଶ୍ରମିକ, ଅବସ୍ଥା ସଙ୍କଟାପନ୍ନ - ଗୁରୁତର ଅବସ୍ଥାରେ ଆହତ ଶ୍ରମିକ

ଘଣ୍ଟିଖାଲ ପଞ୍ଚାୟତରେ ସ୍ଥାପିତ ଆରତୀ ଷ୍ଟିଲ କାରଖାନାରେ ଅଘଟଣ। କାରଖାନାରେ କାମ କରୁଥିବା ବେଳେ ଜଳିଗଲେ ଶ୍ରମିକ। ଅଧିକ ପଢନ୍ତୁ...

କାରଖାନାରେ ଜଳିଗଲେ ଶ୍ରମିକ, ଅବସ୍ଥା ସଙ୍କଟାପନ୍ନ
କାରଖାନାରେ ଜଳିଗଲେ ଶ୍ରମିକ, ଅବସ୍ଥା ସଙ୍କଟାପନ୍ନ

By

Published : Jan 18, 2020, 1:46 PM IST

କଟକ: ଆଠଗଡ ବ୍ଲକ ଘଣ୍ଟିଖାଲ ପଞ୍ଚାୟତରେ ସ୍ଥାପିତ ଆରତୀ ଷ୍ଟିଲ କାରଖାନାରେ ଅଘଟଣ। କାରଖାନାରେ କାମ କରୁଥିବାବେଳେ ଜଳିଗଲେ ଶ୍ରମିକ। ଗୁରୁତର ଅବସ୍ଥାରେ ଆହତ ଶ୍ରମିକଙ୍କୁ କଟକସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଆଠଗଡ ବ୍ଲକ ମହାକାଳବସ୍ତ ପଞ୍ଚାୟତ ମଞ୍ଜାରିପଦା ଗ୍ରାମର ସନାତନ ବେଉରାଙ୍କ ପୁଅ ସମୀର ବେଉରା ଆରତୀ ଷ୍ଟିଲ କାରଖାନାର ସି ଫରନେସରେ ହାଉସକିପିଙ୍ଗ୍ ଭାବେ କାର୍ଯ୍ୟ କରିଥାନ୍ତି । ସବୁଦିନ ପରି ଶନିବାର ସକାଳ 8ଟା ସମୟରେ ଫରନେସ ଭାଟି ନିକଟରେ ଥିବା ରୁମରେ କାର୍ଯ୍ୟ କରୁଥିବା ସମୟରେ ଫରନେସ ଭାଟିରୁ ନିଆଁର ଝାସରେ ସମୀରଙ୍କ ଶରୀରର ଅଧିକାଂଶ ଅଂଶ ପୋଡିଯାଇଛି। ତାଙ୍କୁ କାରଖାନା କର୍ତ୍ତୃପକ୍ଷ ସଙ୍ଗେସଙ୍ଗେ କାରଖାନା ମଧ୍ୟରେ ପ୍ରାଥମିକ ଚିକିତ୍ସା କରିଥିଲେ । ପରେ ତାଙ୍କୁ କଟକର ଏକ ଘରୋଇ ଡାକ୍ତରଖାନାକୁ ଅଧିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଡାକ୍ତରଙ୍କ କହିବା ମୁତାବକ ତାଙ୍କ ଶରୀରର 60 ପ୍ରତିଶତ ପୋଡି ହୋଇଯାଇଛି। ସମୀରଙ୍କୁ ବର୍ତ୍ତମାନ ଏକ ଘରୋଇ ଡାକ୍ତରଖାନାର ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି । ଏବେବି ତାଙ୍କ ଅବସ୍ଥା ଗୁରୁତର ରହିଛି ।

ତେବେ କାରଖାନା ମଧ୍ୟରେ କାର୍ଯ୍ୟ କରୁଥିବା ସମୟରେ ଶ୍ରମିକଙ୍କୁ ସୁରକ୍ଷା ସରଞ୍ଜାମ ଦିଆଯାଉଛି ନା ନାହିଁ ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯଦି ଶ୍ରମିକଙ୍କୁ ସୁରକ୍ଷା ସରଞ୍ଜାମ ଦିଆଯାଉଛି ତେବେ ଏଭଳି ଘଟଣା କିପରି ଘଟିଲା। ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details