ଓଡିଶା

odisha

By

Published : Oct 14, 2020, 7:50 PM IST

ETV Bharat / city

ତିର୍ତ୍ତୋଲ ନାବାଳିକା ଘଟଣାରେ କୁନ୍ଦୁଲିର ପୁନଃରାବୃତ୍ତି ନହେଉ: କଂଗ୍ରେସ

ତିର୍ତ୍ତୋଲ ନାବାଳିକାକୁ କଟକରେ ଗଣଦୁଷ୍କର୍ମ ଘଟଣାକୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । ରାଜ୍ୟରେ ଆଇନ୍ ଶୃଙ୍ଖଳା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ କହି ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି କଂଗ୍ରେସ । ଅଧିକ ପଢନ୍ତୁ...

ତିର୍ତ୍ତୋଲ ନାବାଳିକା ଘଟଣାରେ କୁନ୍ଦଲିର ପୁନରାବୃତ୍ତି ନ ହେଉ
ତିର୍ତ୍ତୋଲ ନାବାଳିକା ଘଟଣାରେ କୁନ୍ଦଲିର ପୁନରାବୃତ୍ତି ନ ହେଉ

ଭୁବନେଶ୍ବର: କଟକ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ସରଗରମ ରାଜନୀତି । ଘଟଣାକୁ କଂଗ୍ରେସ ପକ୍ଷରୁ ଦୃଢ ନିନ୍ଦା କରାଯିବା ସହ ଏହି ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି । ଏହି ଘଟଣାରେ ବିରୋଧୀ କଂଗ୍ରେସ ବିଜେଡିର ସମ୍ପୃକ୍ତି ଥିବା ମଧ୍ୟ ଅଭିଯୋଗ ଆଣିଛି । ଶାସକ ଦଳର କର୍ମୀ ଘଟଣାରେ ଜଡିତ ଥିବାରୁ କୌଣସି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଫଳରେ ଏପରି କାର୍ଯ୍ୟ କରିବାରେ ସେମାନଙ୍କ ମନୋବଳ ବୃଦ୍ଧି ପାଉଛି ବୋଲି ରାଜ୍ୟ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଘଟଣା ସମ୍ପର୍କରେ ଅପରାଧିଙ୍କ ନିର୍ଦ୍ଦିଷ୍ଟ ତଥ୍ୟ ଭିତ୍ତିକ ଅଭିଯୋଗ ହେବାର ୪୮ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଅପରାଧିଙ୍କୁ ପୋଲିସ ଧରିବାରେ ବିଫଳ । ସମଗ୍ର ଦେଶରେ ଦଣ୍ଡହାର ଠାରୁ ରାଜ୍ୟର ଦଣ୍ଡହାର ସର୍ବନିମ୍ନ ରହିଛି ବୋଲି ସେ କହିଥିଲେ ।

ତିର୍ତ୍ତୋଲ ନାବାଳିକା ଘଟଣାରେ କୁନ୍ଦଲିର ପୁନରାବୃତ୍ତି ନ ହେଉ

ରାଜ୍ୟ ସରକାର ନାରୀ ସୁରକ୍ଷାର ଡିଣ୍ଡମ ପିଟୁଥିବାବେଳେ ଏହି ଘଟଣାରୁ ସ୍ପଷ୍ଟ ଯେ ସରକାର କେତେ ନାରୀଙ୍କୁ ସୁରକ୍ଷା ଦେଇପାରିଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି । 20 ବର୍ଷର ଶାସନକାଳରେ ଯେଉଁ ସବୁ ଘଟଣାମାନ ଘଟିଛି ସମସ୍ତ ଘଟଣାରେ ବିଜେଡିର କର୍ମୀ ଓ କୁଜି ନେତା ସାମିଲ ରହିଥିବାରୁ ଅପରାଧିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ରାଜ୍ୟରେ କେତେ ବେବିନା, ଇତିଶ୍ରୀ, କୁନ୍ଦୁଲି ଭଳି ଘଟଣା ଘଟିଲେ ସରକାର କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରଶ୍ନ କରିଛନ୍ତି ନିଶିକାନ୍ତ ।

ଏହି ଘଟଣାରେ ସରକାର ତୁରନ୍ତ ସମ୍ପୃକ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପୀଡିତା ପରିବାରର ସମ୍ପୂର୍ଣ୍ଣ ଭରଣ ପୋଷଣ ଦାୟିତ୍ବ ନେବା ସହ ତାକୁ 20 ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଉ । ଏଥିସହ ତିର୍ତ୍ତୋଲ ନାବାଳିକା ଘଟଣାରେ କୁନ୍ଦୁଲିର ପୁନରାବୃତ୍ତି କରାନଯାଉ । ମାତ୍ରାଧିକ ଚାପ ପାଇଁ କୁନ୍ଦୁଲି ପୀଡିତାଙ୍କ ପରି ତିର୍ତ୍ତୋଲର ନାବାଳିକା ଆତ୍ମହତ୍ୟା ନ କରୁ ବୋଲି କଂଗ୍ରେସ ଦାବି କରିଛି । ଏହି ଘଟଣାକୁ ନେଇ ଆସନ୍ତାକାଲି କଂଗ୍ରେସ ପକ୍ଷରୁ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ପିଟିସନ ଦାଖଲ କରାଯିବା । ଏହାର ସରଜମିନ ତଦନ୍ତ ପାଇଁ କଂଗ୍ରେସ ପକ୍ଷରୁ ପିସିସିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details