ଓଡିଶା

odisha

ETV Bharat / city

କୋଣାର୍କ ଫେଷ୍ଟିଭାଲକୁ ହାଇକୋର୍ଟରେ ଚ୍ୟାଲେଞ୍ଜ - କୋଣାର୍କ ଫେଷ୍ଟିଭାଲକୁ ହାଇକୋର୍ଟରେ ଚ୍ୟାଲେଞ୍ଜ

ଆସନ୍ତା 1 ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କ ଫେଷ୍ଟିଭାଲ ସହ ଚନ୍ଦ୍ରଭାଗାରେ ଇଣ୍ଟରନ୍ୟାସନାଲ ସ୍ୟାଣ୍ଡ ଆର୍ଟ ଫେଷ୍ଟିଭାଲ ଆୟୋଜିତ ହେବାକୁ ଯାଉଛି । ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ଜନସ୍ବାର୍ଥ ମାମଲା ରୁଜୁ । ଅଧିକ ପଢନ୍ତୁ...

କୋଣାର୍କ ଫେଷ୍ଟିଭାଲକୁ ହାଇକୋର୍ଟରେ ଚାଲେଞ୍ଜ
କୋଣାର୍କ ଫେଷ୍ଟିଭାଲକୁ ହାଇକୋର୍ଟରେ ଚାଲେଞ୍ଜ

By

Published : Nov 27, 2020, 2:06 PM IST

କଟକ: ଆସନ୍ତା 1 ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କ ଫେଷ୍ଟିଭାଲ ସହ ଚନ୍ଦ୍ରଭାଗାରେ ଇଣ୍ଟରନ୍ୟାସନାଲ ସ୍ୟାଣ୍ଡ ଆର୍ଟ ଫେଷ୍ଟିଭାଲ ଆୟୋଜିତ ହେବାକୁ ଯାଉଛି। କୋରୋନା କାଳରେ ଏଭଳି ଆୟୋଜନକୁ ଚାଲେଞ୍ଜ କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିବା ବେଳେ ଏ ସମ୍ପର୍କରେ ପୁରୀ ଜିଲ୍ଲାପାଳ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ।

କୋଣାର୍କ ଫେଷ୍ଟିଭାଲକୁ ହାଇକୋର୍ଟରେ ଚାଲେଞ୍ଜ

କୋରୋନା କାଳରେ ଏଭଳି ଆୟୋଜନ କୋଭିଡ ଗାଇଡ଼ ଲାଇନକୁ ବିରୁଦ୍ଧାଚରଣ କରୁଥିବା ବେଳେ ଏହା ଦ୍ବାରା କରୋନା ବୃଦ୍ଧି ହେବାର ଆଶଙ୍କା ରହିଛି। ଏହି ମାମଲାରେ ରାଜ୍ୟ ସରକାର, ସଂସ୍କୃତି ବିଭାଗ, ପର୍ଯ୍ୟଟନ ବିଭାଗ, ପୁରୀ ଜିଲ୍ଲାପାଳ, କୋଣାର୍କ ଏନଏସିକୁ ପକ୍ଷଭୁକ୍ତ କରାଯାଇଥିଲା।

କଟକର ବୃନ୍ଦାବନ ଦାସ ଆଜାଦଙ୍କ ପକ୍ଷରୁ ଏହି ମାମଲା ରୁଜୁ ହୋଇଥିବା ବେଳେ ସେ ଜିଲ୍ଲାପାଳଙ୍କୁ ଦେଇଥିବା ପିଟିସନର ଵିଚାର କରି ପଦକ୍ଷେପ ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details