ଓଡିଶା

odisha

ETV Bharat / city

ଖପୁରିଆ ଆଇଟିଆଇର ସଫଳତା, ପ୍ରସ୍ତୁତ କଲା ବିଶୋଧନାଗାର କକ୍ଷ - sanitize room on low cost

ଖପୁରିଆ ଆଇଟିଆଇକୁ ଆଉ ଗୋଟିଏ ସଫଳତା। ପ୍ରସ୍ତୁତ କରିଛି ବିଶୋଧନାଗାର କକ୍ଷ। ଯାହା ଭିଡ ସ୍ଥାନରେ ବ୍ୟବହାର ପାଇଁ ବେଶ ଉପଯୋଗୀ। ଏକ ମାସ ମଧ୍ୟରେ ପ୍ରସ୍ତୁତ ହୋଇଛି ଏହି ବିଶୋଧନାଗାର କକ୍ଷ। ସେନସର ମାଧ୍ୟମରେ ଜଣେ ପରେ ଜଣେ ଏହା ମଧ୍ୟରେ ସାନିଟାଇଜ ହୋଇପାରିବେ। ଦେଖନ୍ତୁ ଇଟିଭି ଭାରତର ସ୍ପେଶାଲ ରିପୋର୍ଟ।

khapuria iti
ଖପୁରିଆ ଆଇଟିଆଇକୁ ସଫଳତା, ପ୍ରସ୍ତୁତ କଲା ବିଶୋଧନାଗାର କକ୍ଷ

By

Published : May 7, 2020, 8:25 PM IST

କଟକ: କୋରୋନାକୁ ପ୍ରତିହତ କରିବା ପାଇଁ ଗୋଟିଏ ପରେ ଗୋଟିଏ ନୂଆ ସାମଗ୍ରୀ ପ୍ରସ୍ତୁତ କରୁଛି କଟକ ସରକାରୀ ଆଇଟିଆଇ । ପୂର୍ବରୁ ରୋବର୍ଟ, କୋଭିଡ ୧୯ ପରୀକ୍ଷା ପାଇଁ ପରୀକ୍ଷା କକ୍ଷ ପ୍ରସ୍ତୁତ କରିଥିବାବେଳେ ଆଜି ବିଶୋଧନାଗାର କକ୍ଷ ପ୍ରସ୍ତୁତ କରୁଛି ଏହି ସଂସ୍ଥା। ଏହି ବିଶୋଧନାଗାରରେ ପ୍ରତି 10 ସେକେଣ୍ଡରେ ଜଣେ ବ୍ୟକ୍ତି ସାନିଟାଇଜ ହୋଇପାରିବ। ବିଶେଷକରି ଏହାକୁ ଭିଡ ସ୍ଥାନ ଗୁଡିକରେ ବ୍ୟବହାର କରି ସମସ୍ତ ବ୍ୟକ୍ତିଙ୍କୁ ସହଜରେ ଆଉ ଶୀଘ୍ର ସାନିଟାଇଜ କରିହେବ।

ଖପୁରିଆ ଆଇଟିଆଇକୁ ସଫଳତା, ପ୍ରସ୍ତୁତ କଲା ବିଶୋଧନାଗାର କକ୍ଷ

ଏଥିରେ ସେନସର ବ୍ୟବହାର କରାଯାଇଥିବାରୁ ଜଣକ ପରେ ଜଣେ ଭିତରକୁ ପ୍ରବେଶକଲେ ଅଟୋମେଟିକ ବିଶୋଧନ କରିହେବ। ଏହାର ପ୍ରବେଶ ପଥରେ ଗୋଟିଏ ଲାଇଟ ବ୍ୟବହାର କରାଯାଇଛି। ଏହି ଲାଇଟ ଜଳିବା ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ଅପେକ୍ଷା କରିବାକୁ ପଡିବ। ଆଉ ଭିତରକୁ ପ୍ରବେଶ କଲେ ଆଖି, ମୁଖକୁ ବନ୍ଦ କରି ଦୁଇ ହାତ ଉପରକୁ କରି 10 ସେକେଣ୍ଡ ବୁଲିବାକୁ ପଡିବ। ପରେ ବାହାରକୁ ବାହାରିଲେ ଜଣେ ବ୍ୟକ୍ତି ଭଲ ଭାବରେ ବିଶୋଧନ ହୋଇପାରିବ। ତେବେ ଏହାକୁ ପ୍ରସ୍ତୁତ କରିବାକୁ ଏକ ମାସ ଲାଗିଥିବା ଆଇଟିଆଇ ଟ୍ରେନର କହିଛନ୍ତି।

କୋରୋନାକୁ ପ୍ରତିହିତ କରିବାକୁ ଏହା ବେଶ ଆବଶ୍ୟକୀୟ ହୋଇପାରିବ। ଏହାକୁ ଭିଡ ହେଉଥିବା ସ୍ଥାନ ଗୁଡିକରେ ବ୍ୟବହାର କରିହେବ। ବିଭିନ୍ନ ଶିଳ୍ପ, ମଲ, ସ୍କୁଲ, କଲେଜ ଆଦି ଗୁଡିକରେ ଏହାକୁ ବ୍ୟବହାର କରିହେବ। ବିଶେଷକରି ସ୍କୁଲ, କଲେଜ ମାନଙ୍କରେ ଏହାକୁ ସ୍ବଳ୍ପ ମୂଲ୍ୟରେ ବ୍ୟବହାର କରିହେବ। ଏହାକୁ ପ୍ରସ୍ତୁତ କରିବାକୁ ଗୋଟିଏ ପିଛା 30 ରୁ 35 ହଜାର ଟଙ୍କା ଖର୍ଚ୍ଚ ହେବ। ତେବେ ସରକାର ଯଦି ଅନୁମତି ଦିଅନ୍ତି ଆବଶ୍ୟକ ଅନୁଯାୟୀ ପ୍ରସ୍ତୁତ କରିହେବ ବୋଲି ଆଇଟିଆଇର ଅଧ୍ୟକ୍ଷ କହିଛନ୍ତି। ବର୍ତ୍ତମାନ ସମୟରେ ଏହି ଉପକରଣର ଚାହିଦା ରହିବ। ସରକାର ଯଦି ଏଥିପାଇଁ ପ୍ରୋତ୍ସାହନ ଦିଅନ୍ତି ତେବେ ଏହାଦ୍ବାରା ଅନେକ ଉପକୃତ ହେବେ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details