ଓଡିଶା

odisha

ETV Bharat / city

କେଶରପୁର ଘଟଣା; 31 ଅଭିଯୁକ୍ତଙ୍କ ଜାମିନ ଖାରଜ - 31 accused bail plea

କେଶରପୁରରେ ପୋଲିସ ଉପରକୁ ଆକ୍ରମଣ କରିଥିବା ଅଭିଯୋଗରେ 31 ଅଭିଯୁକ୍ତଙ୍କ ଜାମିନ ଖାରଜ । ଜାମିନ ଆବେଦନକୁ ଖାରଜ କରିଛନ୍ତି ଏସଡିଜେଏମ୍‌ କୋର୍ଟ ।

Kesharpur incident
କେଶରପୁର ଘଟଣା; 31 ଅଭିଯୁକ୍ତଙ୍କ ଜାମିନ ଖାରଜ

By

Published : Apr 12, 2020, 10:43 AM IST

କଟକ: ଲକ୍‌ଡାଉନ୍‌ ସମୟରେ କେଶରପୁରରେ ପୋଲିସ ଉପରକୁ ହୋଇଥିବା ଆକ୍ରମଣରେ ସମ୍ପୃକ୍ତ 31 ଜଣଙ୍କ ଜାମିନ ଖାରଜ ହୋଇଛି । ସେମାନଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ଏସଡିଜେଏମ୍‌ କୋର୍ଟ ।

କେଶରପୁର ଘଟଣା; 31 ଅଭିଯୁକ୍ତଙ୍କ ଜାମିନ ଖାରଜ

ସୂଚନାଯୋଗ୍ୟ, ଗତ 5 ତାରିଖରେ କେଶରପୁରରେ ପାଟ୍ରୋଲିଂ ସମୟରେ ହଠାତ ପୋଲିସ ଉପରକୁ ଆକ୍ରମଣ ହୋଇଥିଲା । ଯେଉଁଥିରେ ମଙ୍ଗଳାବାଗ ଥାନା ଅଧକାରୀ ଆହତ ହୋଇଥିଲେ । ଏହାକୁ ଆଧାର କରି ପ୍ରଥମେ 25 ଓ ପରେ 6 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ ।

ତେବେ ସେମାନଙ୍କ ଜାମିନ ଆବେଦନ ଖାରଜ ହୋଇଛି ବୋଲି କହିଛନ୍ତି ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ବିଶ୍ଵଜିତ ବରାଳ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details