କଟକ:ଭୁବନେଶ୍ବରର କେ.ବି.ଏନ୍ ଗ୍ୟାଙ୍ଗକୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ କଟକରେ ଏହି ଭଳି ଏକ ଗ୍ୟାଙ୍ଗ ଆତ୍ମପ୍ରକାଶ କରିଛି । ହାତରେ ବନ୍ଧୁକ ଧରି ନିଜକୁ ଡନ୍ ଦର୍ଶାଇ ସର୍ବସାଧାରଣ ସ୍ଥାନରେ ଭିଡିଓ ଭାଇରାଲ ହୋଇଛି ।
ଡନ ହେବାର ନିଶା ଘାରିଛି ଯୁବ ସମାଜକୁ । ଯୁବ ଗୋଷ୍ଠୀର କିଛି ପିଲାଙ୍କ ଦ୍ବାରା ଅନେକ ଭିଡ଼ିଓ ଭଇରାଲ ହୋଇଥିବା ବେଳେ ପ୍ରତିଟି ଭିଡିଓରେ ସେମାନେ ନିଜକୁ ଡନ ବୋଲି ପରିଚୟ ଦେଉଛନ୍ତି । କିନ୍ତୁ ତାଳଦଣ୍ଡା କେନାଲ ନିକଟରେ ସୁଟ୍ ହୋଇଥିବା ଏକ ଭିଡିଓରେ ବନ୍ଧୁକ ବ୍ୟବହାର ହୋଇଛି । ଏହି ବନ୍ଧୁକଟି ଅସଲି କିମ୍ବା ନକଲି ତାହା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ଏହି ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ କଟକ ସହରରେ ଏକ ଆଲୋଡ଼ନ ସୃଷ୍ଟି ହେଇଛି ।