କଟକ: କାଇ ପିମ୍ପୁଡି ଚଟଣୀକୁ କୋରୋନା ମୁକାବିଲା ପାଇଁ ଔଷଧ ଭାବେ ମାନ୍ୟତା ପ୍ରସଙ୍ଗ । ଏହି ପ୍ରସ୍ତାବ ଉପରେ ନିଷ୍ପତ୍ତି ନେବାକୁ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ଓ ସିଏସଆଇଆର୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ।
ଜଙ୍ଗଲରୁ ସଂଗ୍ରହ କରାଯାଉଥିବା କାଇ ପିମ୍ପୁଡିର ଚଟଣି ଓ ସୁପ୍ କୋରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ଔଷଧ ଭାବେ ବ୍ୟବହାର କରାଯାଇପାରିବ। କାଇ ପିମ୍ପୁଡି ଚଟଣି ଓ ସୁପ୍କୁ କୋରୋନା ଭୂତାଣୁ ସଂକ୍ରମଣ ଜନିତ ରୋଗର ଚିକିତ୍ସା ଓ ନିବାରଣ ପାଇଁ ବ୍ୟବହାର କରାଯିବାରେ କିଛି ବାଧା ନାହିଁ। କାଇ ପିମ୍ପୁଡି ଚଟଣୀ ଓ ସୁପକୁ କୋରୋନା ମୁକାବିଲା ପାଇଁ ଔଷଧ ଭାବେ ମାନ୍ୟତା ଦିଆଯିବା ଆବଶ୍ୟକ। ଏଭଳି ଦାବି ସମ୍ବଳିତ ପ୍ରସ୍ତାବ ଉପରେ ବିଚାର କରି ନିଷ୍ପତ୍ତି ନେବାକୁ କେନ୍ଦ୍ର ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।