କଟକ:ଗ୍ରୀଡକୋ(GRIDCO)କୁ ପ୍ରତିଦିନ ୧୨୦ ମେଗାୱାଟ ବିଦ୍ୟୁତ ଯୋଗାଇବ ଜିନ୍ଦଲ । ୟୁନିଟ ପିଛା ୩ ଟଙ୍କା ୩୬ ପଇସା ଦରରେ ଜିନ୍ଦଲ ଇଣ୍ଡିଆ ଥର୍ମାଲ ଲିମିଟେଡ୍ ପ୍ରତିଦିନ ୧୨୦ ମେଗାୱାଟ ବିଦ୍ୟୁତ ଯୋଗାଇବାକୁ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି । ଜିନ୍ଦଲ ଏହାର ପ୍ରତିଶ୍ରୁତି ମୁତାବକ, ମେ ୬ ତାରିଖ ସୁଦ୍ଧା ୧୦୦ ମୋଗାୱାଟ ବିଦ୍ୟୁତ ଯୋଗାଇବ । ମେ ୧୩ ସୁଦ୍ଧା ବିଦ୍ୟୁତ ଯୋଗାଣ ୧୨୦ ମେଗାୱାଟ ହେବ ବୋଲି ହାଇକୋର୍ଟ କହିଛନ୍ତି ।
ଜିନ୍ଦଲ ବିଲ୍ ଦାଖଲର ଏକ ସପ୍ତାହ ଭିତରେ ଗ୍ରୀଡକୋ ଏ ବାବଦ ଅର୍ଥ ପ୍ରଦାନ କରିବ । ଏଭଳି ବ୍ୟବସ୍ଥା ଜୁଲାଇ ଶେଷ ପର୍ଯ୍ୟନ୍ତ ଏ ସଂପର୍କିତ ରିଟ୍ ପିଟିସନର ରାୟ ପ୍ରକାଶ ପର୍ଯ୍ୟନ୍ତ ଜାରି ରହିବ । ଏଭଳି ଅନ୍ତରୀଣ ବ୍ୟବସ୍ଥା ବଳବତ୍ତର ରଖିବା ପାଇଁ ଗ୍ରୀଡକୋ ପରବର୍ତ୍ତୀ ଶୁଣାଣି ସମୟରେ ମଧ୍ୟ ଆବେଦନ କରିପାରିବ । କିନ୍ତୁ ସେତେବେଳେ ସ୍ଥିତି ଦେଖି ଏହା ଉପରେ ନିଷ୍ପତ୍ତି ନିଆଯିବ ବୋଲି ହାଇକୋର୍ଟ କହିଛନ୍ତି ।