କଟକ: ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ ପୂଜା । ଯେଉଁ ଦିନକୁ କଟକବାସୀ ବେଶ ଧୁମଧାମରେ ପାଳନ କରିଥାନ୍ତି। ହେଲେ କୋରୋନା ମାଡରେ ସବୁ କିଛି ଶେଷ ହୋଇଯାଇଛି । ନା ଅଛନ୍ତି ଭକ୍ତ ନା ଅଛି ଗହଳି । ଖାଁ ଖାଁ ଲାଗୁଚି ମନ୍ଦିର ପରିସର । ଏହାରି ଭିତରେ କୋଭିଡ ଗାଇଡ ଲାଇନ ଆଧାରରେ ମନ୍ଦିର ପରିସରରେ ଜାରି ରହିଛି ପୂଜାର୍ଚ୍ଚନା ।
କୋରୋନା ଗାଇଡ ଲାଇନରେ ଚାଲିଛି ଜନ୍ମାଷ୍ଟମୀ ପୂଜାର୍ଚ୍ଚନା - ଜନ୍ମାଷ୍ଟମୀ
ଚଳିତବର୍ଷ ଫିକା ପଡିଲା ଜନ୍ମାଷ୍ଟମୀ । କଡା କଟକଣା ଓ କୋଭିଡ ନିୟମ ମାନି ମନ୍ଦିରରେ ଚାଲିଛି ପୂଜାର୍ଚ୍ଚନା । ଅଧିକ ପଢନ୍ତୁ...

ଜନ୍ମାଷ୍ଟମୀ: କୋରୋନା ଗାଇଡ ଲାଇନ ଆଧାରରେ ଚାଲିଛି ପୂଜାର୍ଚ୍ଚନା
ଜନ୍ମାଷ୍ଟମୀ: କୋରୋନା ଗାଇଡ ଲାଇନ ଆଧାରରେ ଚାଲିଛି ପୂଜାର୍ଚ୍ଚନା
ବିନା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଜାରି ରହିଛି ପୂଜା। ତେବେ କୁହାଯାଇ ପାରିବ କୋରୋନା ଧର୍ମୀୟ ଭାବନାକୁ ସିଧାସଳଖ କୁଠାରଘାତ କରୁଛି । ତେବେ ଯାହା ବି ଗାଇଡ଼ ଲାଇନ ଅଛି ସେହି ଆଧାରେ ମନ୍ଦିର ମଧ୍ୟରେ ପ୍ରଭୁ କୃଷ୍ଣଙ୍କ ଜନ୍ମ ପୂଜା ଜାରିରହିଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ