ଓଡିଶା

odisha

ETV Bharat / city

ସିଲଭର ସିଟିର ଅସରନ୍ତି ଦୁଃଖ ‘ଜାଇକା’ - ଜାଇକା କାମ

ସିଲଭରସିଟିକୁ ‘ଜାଇକା’ ଚିନ୍ତା । କେବେ ପଡିବ ଏହି ଅଵବ୍ୟସ୍ଥା ଉପରେ ପୂର୍ଣ୍ଣଚ୍ଛେଦ । ବର୍ଷା ଦିନେ ବି ଚାଲୁ ରହିଛି କାମ । ଯାହା ସହର ବାସୀଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, କଟକ

By

Published : Aug 10, 2019, 7:20 PM IST

Updated : Aug 10, 2019, 9:17 PM IST

କଟକ: ସିଲଭରସିଟିକୁ ‘ଜାଇକା’ ଚିନ୍ତା । କେବେ ପଡିବ ଏହି ଅଵବ୍ୟସ୍ଥା ଉପରେ ପୂର୍ଣ୍ଣଚ୍ଛେଦ । ବର୍ଷା ଦିନେ ବି ଚାଲୁ ରହିଛି କାମ । ଯାହା ସହର ବାସୀଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି । ବର୍ତ୍ତମାନ ମୌସୁମୀ ସହ ଲଘୁଚାପ ବର୍ଷା ଲାଗି ରହିଥିବାରୁ ରାସ୍ତାରେ ଆଣ୍ଠୁଏ ଲେଖାଁଏ ପାଣି । ଅନ୍ୟପଟେ ଜାଇକା ପାଇଁ ଠାଏ ଠାଏ ରାସ୍ତା ଖୋଳାଯାଇଛି । ତେବେ କଟକର ଏମିତି ଚିତ୍ରକୁ ଦେଖିଲେ ଅଘଟଣକୁ ଏଡାଇ ଦିଆଯାଇପାରିବ ନାହିଁ । ଯାହାକୁ ନେଇ ଚିନ୍ତାରେ କଟକିଆ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

କେବେ ସରିବ ଜାଇକା କାମ । ଯାହା ସମୟଚକ୍ରରେ କଟକବାସୀଙ୍କୁ ଅରସନ୍ତି ଦୁଃଖରେ ପେସୁଛି । ଗୋଟେପଟେ ବର୍ଷା ଯୋଗୁଁ ରାସ୍ତାରେ ଲହଡି ମାରୁଛି ପାଣି । ଅନ୍ୟପଟେ ଜାଇକା ଯୋଗୁଁ ରାସ୍ତାରେ ବଡ଼ ବଡ଼ ଖାଲ । ଯେଉଁଥିରୁ ବାରି ହୋଇପଡୁଛି ସହରବାସୀଙ୍କ ହିନସ୍ତା ଓ ଦୁର୍ଦ୍ଦଶାର ଚିତ୍ର। ଏପଟେ ଏଦିଗରେ ସିଏମସିର କାର୍ଯ୍ୟାନୁଷ୍ଠାନ ଯେମିତି କଚ୍ଛପ ଗତିରେ ଚାଲିଛି।

ଅନ୍ୟପଟେ ଜାଇକା କାମ ଆସନ୍ତା ବର୍ଷ ସୁଦ୍ଧା ସମାପ୍ତ ହେବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ଦୀର୍ଘ ଦିନ ଧରି କଟକିଆ ଭୋଗିଲେଣି ଜାଇକା ଦୁଃଖ । ତେବେ ଆସନ୍ତା ବର୍ଷ ଏହି ପ୍ରକଳ୍ପ କାମ ସରିବା ପରେ ସହରବାସୀଙ୍କ ଦୁଃଖ ଦୂର ହେବ ବୋଲି ମନ୍ତ୍ରୀ କହିଛନ୍ତି।

ଆସନ୍ତା ବର୍ଷ ସରିବ ପ୍ରକଳ୍ପ କାମ ବୋଲି ଦମ୍ଭ ଦେଖାଇଛନ୍ତି ମନ୍ତ୍ରୀ । ତେବେ ଦେଖିବାକୁ ବାକି ରହିଲା ଏହାରି ଭିତରେ ଆଉ କେତେ ଦୁଃଖର ସାମ୍ନା କରିବେ ସହରବାସୀ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Aug 10, 2019, 9:17 PM IST

ABOUT THE AUTHOR

...view details