କଟକ: ଦୁଷ୍କର୍ମର ଶିକାର ଯୁବତୀଙ୍କ ଗର୍ଭପାତ ପ୍ରସଙ୍ଗ ସଂପର୍କିତ ମାମଲାରେ ଜଗତସିଂହପୁର ସିଡିଏମଓଙ୍କ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି।
ଭିନ୍ନକ୍ଷମ ପୀଡିତାଙ୍କ ଗର୍ଭପାତ ପ୍ରସଙ୍ଗ: ହାଇକୋର୍ଟରେ ରିପୋର୍ଟ ଦାଖଲ କଲେ ଜଗତସିଂହପୁର ସିଡ଼ିଏମଓ ଏସସିବି ମେଡିକାଲ କଲେଜର ସ୍ତ୍ରୀ ରୋଗ ବିଭାଗର ଜଣେ ଆସିଷ୍ଟାଣ୍ଡ ପ୍ରଫେସର ଓ ଜଣେ ଆସିଷ୍ଟାଣ୍ଟ ପ୍ରଫେସର ଗତ ୯ ତାରିଖ ଦିନ ପୀଡିତାଙ୍କ ଡାକ୍ତରୀ ପରୀକ୍ଷା କରିଥିଲେ। ପୀଡିତା ୨୪ ସପ୍ତାହର ଗର୍ଭବତୀ ରହିଛନ୍ତି ଓ ଏହି ପରିସ୍ଥିତିରେ ଗର୍ଭପାତ ଦ୍ବାରା ତାଙ୍କ ଜୀବନ ପ୍ରତି ବିପଦ ରହିଛି। ରିପୋର୍ଟରେ ଗର୍ଭପାତ ନ କରିବା ସପକ୍ଷରେ ଡାକ୍ତର ମତ ଦେଇଛନ୍ତି। ଏଥି ସହିତ ଏସସିବି ମାନସିକ ରୋଗ ବିଭାଗ ନିର୍ଦ୍ଦେଶକ ମଧ୍ୟ ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରିଥିଲେ। ପୀଡିତା ମାନସୀକ ଦୃଷ୍ଟିରୁ ଅନଗ୍ରସର ବୋଲି ଡାକ୍ତର ମତ ଦେଇଛନ୍ତି। ପୂର୍ବରୁ ପ୍ରଦାନ କରାଯାଇଥିବା ସାର୍ଟିଫିକେଟ ଅନୁସାରେ ପୀଡିତା ମାନସିକ ଦୃଷ୍ଟିରୁ ଅଗ୍ରସର ବୋଲି ମଧ୍ୟ ସ୍ପଷ୍ଟ ହୋଇଥିଲା।
ଭିନ୍ନକ୍ଷମ ପୀଡିତାଙ୍କ ଗର୍ଭପାତ ପ୍ରସଙ୍ଗ: ହାଇକୋର୍ଟରେ ରିପୋର୍ଟ ଦାଖଲ କଲେ ଜଗତସିଂହପୁର ସିଡ଼ିଏମଓ ପୀଡିତା ନିଜ ଯତ୍ନ ନିଜେ ନେଇ ପାରିବେ ନାହିଁ ଓ ସଂପୂର୍ଣ୍ଣ ଭାବେ ଅନ୍ୟ ଉପରେ ନିର୍ଭରଶୀଳ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏ ସଂପର୍କିତ ରିପୋର୍ଟ ମଧ୍ୟ ସତ୍ୟପାଠ ସହିତ ସିଡିଏମଓଙ୍କ ପକ୍ଷରୁ ହାଇକୋର୍ଟରେ ଦାଖଲ ହୋଇଛି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ପୀଡିତାଙ୍କ ଗର୍ଭରେ ଥିବା ଶିଶୁର କଣ ଅବସ୍ଥା ରହିଛି ସେ ନେଇ ଅବଗତ କରିବାକୁ ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଭିନ୍ନକ୍ଷମ ପୀଡିତାଙ୍କ ଗର୍ଭପାତ ପ୍ରସଙ୍ଗ: ହାଇକୋର୍ଟରେ ରିପୋର୍ଟ ଦାଖଲ କଲେ ଜଗତସିଂହପୁର ସିଡ଼ିଏମଓ ସୂଚନାଯୋଗ୍ୟ, ଶାରୀରିକ ଓ ମାନସିକ ଦୃଷ୍ଟିରୁ ଭିନ୍ନକ୍ଷମ ପୀଡିତା ଦୁଷ୍କର୍ମର ଶିକାର ହେବା ପରେ ଗର୍ଭବତୀ ହୋଇଥିଲେ। ପୀଡିତା ୨୪ ସପ୍ତାହର ଗର୍ଭବତୀ ଥିବା ବେଳେ ଗର୍ଭପାତ ପାଇଁ ଅନୁମତି ଲୋଡି ତାଙ୍କ ମା’ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଅଗଷ୍ଟ ୮ରେ ହାଇକୋର୍ଟ ମାମଲାର ଶୁଣାଣି କରି ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥା କିପରି ରହିଛି ଓ ଗର୍ଭସ୍ଥ ଶିଶୁର କଣ ଅବସ୍ଥା ରହିଛି ସେ ନେଇ ରିପୋର୍ଟ ଦାଖଲ ପାଇଁ ଜଗତସିଂହପୁର ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୀଡିତାଙ୍କ ମାନସୀକ ଓ ଶରୀରିକ ଅବସ୍ଥା ପ୍ରସଂଗରେ ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ଭିନ୍ନକ୍ଷମ ପୀଡିତାଙ୍କ ଗର୍ଭପାତ ପ୍ରସଙ୍ଗ: ହାଇକୋର୍ଟରେ ରିପୋର୍ଟ ଦାଖଲ କଲେ ଜଗତସିଂହପୁର ସିଡ଼ିଏମଓ କଟକରୁ ନାରାୟଣ ସାହୁ, ଇଟିଭି ଭାରତ