ଓଡିଶା

odisha

ETV Bharat / city

ଏସସିବିରେ ଚିକିତ୍ସିତ ହେବେ ଜଗା-ବଳିଆ - ଯୋଡା ମୁଣ୍ଡ ଶିଶୁ ଜଗା-ବଳିଆ

କଟକ ଏସସିବିକୁ ଚିକିତ୍ସା ପାଇଁ ଆସିବେ ଜଗା-ବଳିଆ। ସେମାନଙ୍କ ଚିକିତ୍ସା ପାଇଁ ଏସସିବି ପ୍ରସ୍ତୁତ ରହିଥିବା କହିଛନ୍ତି ଅଧୀକ୍ଷକ । ଜଗା-ବଳିଆ ଏସସିବିରେ ପହଞ୍ଚିବା ମାତ୍ରେ ସେମାନଙ୍କୁ ନ୍ୟୁରୋ ସର୍ଜରୀ ବିଭାଗରେ ଭର୍ତ୍ତି କରାଯିବ।

ଜଗା-ବଳିଆଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ ଏସ୍‌ସିବି

By

Published : Aug 19, 2019, 5:19 PM IST

କଟକ: ଖୁବଶୀଘ୍ର କଟକ ଏସସିବିକୁ ଚିକିତ୍ସା ପାଇଁ ଆସିବେ ଜଗା-ବଳିଆ। ତେବେ ଦିଲ୍ଲୀ ଏମ୍ସରୁ କେବେ ଡିସଚାର୍ଜ ହେବେ ଏବଂ ଏସସିବିରେ ଭର୍ତ୍ତି ହେବେ ସେ ନେଇ କୌଣସି ସ୍ପଷ୍ଟ ଖବର ନଥିବା କହିଛନ୍ତି ଏସସିବି ଅଧୀକ୍ଷକ ।

ଜଗା-ବଳିଆଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ ଏସ୍‌ସିବି

ଏହାସହ ସେମାନଙ୍କ ଚିକିତ୍ସା ପାଇଁ ଏସସିବି ପ୍ରସ୍ତୁତ ରହିଥିବା କହିଛନ୍ତି ଅଧୀକ୍ଷକ । ଜଗା-ବଳିଆ ଏସ୍‌ସିବିରେ ପହଞ୍ଚିବା ମାତ୍ରେ ସେମାନଙ୍କୁ ନ୍ୟୁରୋ ସର୍ଜରୀ ବିଭାଗରେ ଭର୍ତ୍ତି କରାଯିବ। ସେମାନଙ୍କ ଚିକିତ୍ସା ପାଇଁ ନ୍ୟୁରୋ ସର୍ଜରୀ, ନ୍ୟୁରୋଲୋଜି, ଶିଶୁ ରୋଗ ବିଭାଗ, ସର୍ଜରୀ ବିଭାଗ ପ୍ରଫେସରଙ୍କୁ ନେଇ 6 ଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳ ଗଠନ କରାଯାଇଛି।

ଏଠାର ସୂଚନାଯୋଗ୍ୟ, କନ୍ଧମାଳ ଫିରିଙ୍ଗିଆ ବ୍ଲକର ଯୋଡା ମୁଣ୍ଡ ଶିଶୁ ଜଗା-ବଳିଆଙ୍କ ସଫଳ ଅସ୍ତ୍ରୋପଚାର ଦିଲ୍ଲୀ ଏମ୍‌ସରେ ହେବା ପରେ ଦୀର୍ଘ 2 ବର୍ଷ ହେବ ସେମାନେ ସେଠାରେ ଚିକିତ୍ସିତ ହେଉଛନ୍ତି। ତେବେ ଜଗା-ବଳିଆଙ୍କ ବାପା ମାଆ ଆଉ ଦିଲ୍ଲୀରେ ରହିବା ପାଇଁ ରାଜି ନହେବା କାରଣରୁ ସେମାନଙ୍କୁ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର କରିବାପାଇଁ କହିଥିଲେ। କିନ୍ତୁ ଜଗା-ବଳିଆଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଭିତ୍ତିଭୂମି ନଥିବା ଦର୍ଶାଇ ଭୁବନେଶ୍ବର ଏମ୍‌ସରେ ସେମାନଙ୍କୁ ରଖିବା ପାଇଁ ମନା କରିଥିଲା। ଶେଷରେ ଜଗା-ବଳିଆଙ୍କୁ କଟକ ବଡ ମେଡିକାଲରେ ଚିକିତ୍ସା କରାଯିବ ବୋଲି ସୂଚନା ଦେଇଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details