ଓଡିଶା

odisha

ETV Bharat / city

ଏସସିବିରେ ପହଞ୍ଚିଲେ ଜଗା-ବଳିଆ

କଟକରେ ଏସସିବି ମେଡିକାଲାରେ ପହଞ୍ଚଛନ୍ତି ଜଗା-ବଳିଆ । 14 ଜଣିଆ ଡାକ୍ତରୀ ଟିମ ସେମାନଙ୍କର ଚିକିତ୍ସା କରୁଛନ୍ତି।

କଟକ ଏସସିବିରେ ଜଗା-ବଳିଆ

By

Published : Sep 7, 2019, 5:15 PM IST

କଟକ: ନୂଆଦିଲ୍ଲୀର ଏମ୍ସ ଛାଡିବା ପରେ ଏସସିବି ମେଡିକାଲ ପହଞ୍ଚିଛନ୍ତି ଜଗା-ବଳିଆ । ଆଇସିୟୁରେ ଭର୍ତ୍ତି କରି ସେମାନଙ୍କର ଚିକିତ୍ସା କରୁଛନ୍ତି 14 ଜଣିଆ ଡାକ୍ତରୀ ଟିମ । ସେମାନଙ୍କ ପାଇଁ ଏସସିବିରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଚିକିତ୍ସା ପରେ ଟ୍ରମା କେୟାରର ଏକ ସ୍ବତନ୍ତ୍ର ପ୍ରକୋଷ୍ଠରେ ରହିବେ ଉଭୟ ।

ରାଜଧାନୀ ଏକ୍ସପ୍ରେସରେ ଯୋଗେ ସେମାନେ କଟକ ପହଞ୍ଚିଥିଲେ । ସ୍ବତନ୍ତ୍ର ପୋଲିସ ସହାୟତାରେ ସେମାନଙ୍କୁ ଏସସିବି ନିଆଯାଇଛି । ସେମାନଙ୍କ ସହ ଦିଲ୍ଲୀ ଏମ୍ସର 4 ଜଣିଆ ଟିମ ମଧ୍ୟ ଅଛନ୍ତି । ତେବେ ଆବଶ୍ୟକ ହେଲେ ଅଧିକ ଡାକ୍ତରଙ୍କୁ ଟିମ୍‌ରେ ସାମିଲ କରାଯିବ ବୋଲି ମେଡିକାଲ ଅଧିକ୍ଷକ କହିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସୂଚନାଯୋଗ୍ୟ ଯେ, ୨୦୧୭ ଜୁଲାଇ ୧୪ରେ କନ୍ଧମାଳ ଜିଲା ମିଲିପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ୨୦୧୭ ଅକ୍ଟୋବର ୨୫ ଓ ୨୬ ଦୁଇ ଦିନ ଧରି ଅସ୍ତ୍ରୋପଚାର କରି ସଫଳତାର ସହ ଦୁଇ ଶିଶୁଙ୍କୁ ଅଲଗା କରାଯାଇଥିଲା । ସେଠାରେ ସୁସ୍ଥ ହେବା ପରେ ସେମାନେ ଓଡ଼ିଶା ଆସିପାରିବେ ବୋଲି ଏମ୍ସ କର୍ତ୍ତୃପକ୍ଷ କହିଥିଲେ । ସେମାନଙ୍କୁ ଏସ୍‌ସିବିରେ ରଖିବାକୁ ସ୍ଥିର ହୋଇଥିଲା ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details