ଓଡିଶା

odisha

ETV Bharat / city

ଘରୋଇ ସଂସ୍ଥାରେ ସୁନା ରଖିବା ବିପଦଜନକ ! - କଟକ ଖବର

ଘରୋଇ ସଂସ୍ଥାରେ ସୁନା ରଖିବା ବିପଦଜନକ ! ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଏଥିପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିବା ଆବଶ୍ୟକ । ଅଧିକ ପଢନ୍ତୁ...

It is dangerous to keep gold in a private company!
ଘରୋଇ ସଂସ୍ଥାରେ ସୁନା ରଖିବା ବିପଦଜନକ !

By

Published : Mar 12, 2021, 9:39 PM IST

କଟକ:ସୁନା ସାମଗ୍ରୀକୁ ଘରେ ରଖିଲେ ଚୋରି ହେବାର ସମ୍ଭାବନା ରହିଥିବାରୁ ଅନେକ ଲୋକ ଏହାକୁ ବ୍ୟାଙ୍କ କିମ୍ବା ଘରୋଇ ସଂସ୍ଥାରେ ରଖିଥାଆନ୍ତି। ବିଶେଷ କରି ଘରୋଇ ସଂସ୍ଥାରେ ଏହାକୁ ରଖିବାକୁ ଇଚ୍ଛା ପ୍ରକାଶ କରିଥାଆନ୍ତି । ହୁଏତ ବ୍ୟାଙ୍କ ଗୁଡିକରେ ଏହି ସବୁ ରଖିବାକୁ ଅନେକ ପ୍ରମାଣ ପତ୍ର ମାଗନ୍ତି । ଅନ୍ୟ କିଛି କାରଣରୁ ଲୋକମାନେ ଘରୋଇ ସଂସ୍ଥାରେ ସୁନା ରଖିବାକୁ ପସନ୍ଦ କରିଥାଆନ୍ତି। ତେବେ ଏହା କେତେ ସୁରକ୍ଷିତ ତାହା ବି ଅନେକଙ୍କୁ ହୁଏତ ଜଣାନଥିବ । ଦୁଇ ଦୁଇଟି ଅଘଟଣ କଟକରେ ଦେଖିବାକୁ ମିଳିଛି।

ଘରୋଇ ସଂସ୍ଥାରେ ସୁନା ରଖିବା ବିପଦଜନକ !

ପ୍ରଥମ ଘଟଣାଟି ହେଉଛି କିଛି ଦିନ ପୂର୍ବରୁ ଆଇଆଇଏଫଏଲରୁ ସଂସ୍ଥାର କର୍ମଚାରୀ ମାନେ ଲୁଟ କରି ପୋଲିସ ହାତରେ ଧରା ପଡ଼ିଥିଲେ। ସେହିପରି କଟକରେ ଥିବା ଅନ୍ୟ ଏକ ଘରୋଇ ସଂସ୍ଥା ମୁଥୁଟରୁ କିଛି କର୍ମଚାରୀମାନେ ଜଣେ ଗ୍ରାହକଙ୍କ ଜାଲ ସତ୍ୟପାଠ ଜରିଆରେ ସୁନା ସାମଗ୍ରୀକୁ ଅନ୍ୟ ଜଣଙ୍କୁ ବିକ୍ରି କରିଦେଇଥିଲେ। ତେବେ ଏହି ସବୁକୁ ତର୍ଜମା କଲେ ଜଣାପଡୁଛି ଘରୋଇ ସଂସ୍ଥା ଗୁଡିକରେ ସୁନା ସାମଗ୍ରୀ ରଖିବା ଅସୁରକ୍ଷିତ ଭଳି ମନେ ହେଉଛି। ମାତ୍ର ଅନେକ ଘରୋଇ ସଂସ୍ଥା ବିରୋଧରେ ବି ଏପରି ଅଭିଯୋଗ ହୋଇନାହିଁ। ତଥାପି ଘରୋଇ ସଂସ୍ଥା ପ୍ରତି ନିୟମ ଆହୁରି କଟକଣା କରାଯିବାର ଆବଶ୍ୟକତା ରହିଛି। ବିଶେଷକରି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଏଥିପ୍ରତି କଠୋର ଅଭୁମୁଖ୍ୟ ଗ୍ରହଣ କରିବା କଥା।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details