ଓଡିଶା

odisha

ETV Bharat / city

ଅନଲାଇନ କ୍ଳାସରେ ଅଶ୍ଳୀଳ ଫଟୋ ଛାଡିବା ପ୍ରସଙ୍ଗ: ଦୋଷ ସ୍ୱୀକାର କଲେ ପ୍ରଧାନ ଶିକ୍ଷକ - issue of leaving obscene photos in an online class

ଅଜାଣତରେ ମୋବାଇଲରୁ ଗୋଟେ ଲିଙ୍କ ସେୟାର ହୋଇଥିଲା । ଜାଣିଶୁଣି ସେ ଏଭଳି କରିନଥିବା ସଫେଇ ଦେଇଛନ୍ତି ।

issue-of-leaving-obscene-photos-in-an-online-class-headmaster-pleaded-guilty
ଅନଲାଇନ କ୍ଳାସରେ ଅଶ୍ଳୀଳ ଫଟୋ ଛାଡିବା ପ୍ରସଙ୍ଗ: ଦୋଷ ସ୍ୱୀକାର କଲେ ପ୍ରଧାନ ଶିକ୍ଷକ

By

Published : Aug 3, 2020, 7:50 PM IST

କଟକ: ଅନଲାଇନ କ୍ଳାସ ସମୟରେ ଅଶ୍ଳୀଳ ଫଟୋ ଛାଡିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପ୍ୟାରୀମୋହନ ଏକାଡେମୀ ସ୍କୁଲର ପ୍ରଧାନ ଶିକ୍ଷକ । ସେ ଆଜି ନିଜ ଦୋଷର ସ୍ୱୀକାର କରିଛନ୍ତି ।

ଅନଲାଇନ କ୍ଳାସରେ ଅଶ୍ଳୀଳ ଫଟୋ ଛାଡିବା ପ୍ରସଙ୍ଗ: ଦୋଷ ସ୍ୱୀକାର କଲେ ପ୍ରଧାନ ଶିକ୍ଷକ

ଅଜାଣତରେ ମୋବାଇଲରୁ ଗୋଟେ ଲିଙ୍କ ସେୟାର ହୋଇଥିଲା । ଜାଣିଶୁଣି ସେ ଏଭଳି କରିନଥିବା ସଫେଇ ଦେଇଛନ୍ତି । ଏଥିପାଇଁ ସେ ଦୁଃଖିତ ଏବଂ ମର୍ମାହତ ବୋଲି କହିଛନ୍ତି । ଏହାକୁ ଜାଣିଶୁଣି କିଛି ନ୍ୟସ୍ଥ ସ୍ୱାର୍ଥ ଗୋଷ୍ଠୀ ବଦନାମ କରୁଛନ୍ତି । କୌଣସି ପ୍ରକାର ତଦନ୍ତ ପାଇଁ ସେ ପ୍ରସ୍ତୁତ ଅଛନ୍ତି ଓ ତଦନ୍ତରେ ସମସ୍ତ ପ୍ରକାର ସହାୟତ କରିବାକୁ ସେ ପ୍ରସ୍ତୁତ ଥିବା କହିଛନ୍ତି । ଅନ୍ୟପଟେ କଟକ ଡିସିପି କହିଛନ୍ତି ଏତଲା ପରେ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣା ପଡିବ ବୋଲି କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details