ଓଡିଶା

odisha

By

Published : Oct 6, 2020, 8:20 PM IST

ETV Bharat / city

ରାଜ୍ୟରେ ସଫଳ ହେଉଛି ପ୍ଲାଜମା ଥେରାପି, ଶୁଣନ୍ତୁ କଣ କହୁଛନ୍ତି ଡାକ୍ତର

ରାଜ୍ୟରେ ଏବେ ପ୍ଲାଜମା ଥେରାପି ସଫଳ ହେଉଥିବା ସ୍ପଷ୍ଟ ସ୍ପଷ୍ଟ କରିଛନ୍ତି, ଏସସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ।

plasma therapy successful says SCB Docter
ରାଜ୍ୟରେ ସଫଳ ହେଉଛି ପ୍ଲାଜମା ଥେରାପି, ଶୁଣନ୍ତୁ କଣ କହୁଛନ୍ତି ଡାକ୍ତର

କଟକ: ରାଜ୍ୟରେ ବୃଦ୍ଧି ପାଉଛି କୋରୋନା ଜନିତ ମୃତ୍ୟୁ । ପ୍ରତ୍ୟେକ ଦିନ କୋରୋନା ଜନିତ ମୃତ୍ୟୁ ଖବର ସାମ୍ନାକୁ ଆସୁଛି। ଯଦିଓ କୋଭିଡ-19 ଚିକିତ୍ସା ପାଇଁ ଏଯାବତ ଔଷଧ ବାହାରି ନାହିଁ, ତଥାପି ପ୍ଲାଜମା ଥେରାପି ଅନେକାଂଶରେ ପ୍ରତିଷେଧକ ଭାବେ କାମ କରୁଛି। ରାଜ୍ୟରେ ଏବେ ପ୍ଲାଜମା ଥେରାପି ସଫଳ ହେଉଥିବା ସ୍ପଷ୍ଟ ସ୍ପଷ୍ଟ କରିଛନ୍ତି, ଏସସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ।

ରାଜ୍ୟରେ ସଫଳ ହେଉଛି ପ୍ଲାଜମା ଥେରାପି, ଶୁଣନ୍ତୁ କଣ କହୁଛନ୍ତି ଡାକ୍ତର

ଦୀର୍ଘ ଅଢେଇ ମାସ ମଧ୍ୟରେ କଟକ ବଡ଼ ମେଡିକାଲରେ ୫୦୦ ଜଣ କୋରୋନାରୁ ଆରୋଗ୍ୟ ବ୍ୟକ୍ତି ପ୍ଲାଜମା ଦାନ କରିଛନ୍ତି। ସେଥିରୁ ୧ ହଜାର ୮୦ ୟୁନିଟ ପ୍ଲାଜମା ସଂଗ୍ରହ କରାଯାଇଛି। ପ୍ରାୟ ୧ ହଜାର ୧୦ ୟୁନିଟ ପ୍ଲାଜମା ବିଭିନ୍ନ କୋରୋନା ରୋଗୀଙ୍କୁ ପ୍ରଦାନ କରାଯାଇଛି ।

ସେଥିରୁ ପ୍ରାୟ ୨ ଶହ କୋରୋନା ରୋଗୀ ମୃତ୍ୟୁ ବରଣ କରିଛନ୍ତି। ୩୮ଜଣ କୋରୋନା ରୋଗୀଙ୍କ ଶରୀରରେ ଏହା ଦେବାପରେ ସ୍ବାସ୍ଥ୍ୟରେ ଅବନ୍ନତି ଘଟିଥିଲା ବୋଲି ଇଟିଭି ଭାରତକୁ ଏକ୍ସକ୍ଲୁସିଭ ସାକ୍ଷାତକାରରେ କହିଛନ୍ତି ଡାକ୍ତର ଭୁବନାନନ୍ଦ ମହାରଣା। କେବେଳ ସେତିକି ନୁହେଁ ଏସସିବିରେ ୫୦୦ ଲୋକ ପ୍ଲାଜମା ଦାନ କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ପ୍ଲାଜମା ଦାନ କରିଥିବା ବ୍ଯକ୍ତିଙ୍କ ମଧ୍ୟରେ, ପୋଲିସ, ଅଗ୍ନିଶମ କର୍ମଚାରୀ, ଏନଡିଆରଏଫ ଯବାନ, ଡାକ୍ତରଙ୍କ ସଂଖ୍ୟା ଅଧିକ ରହିଛି। ୧୭୦ ଜଣ ସାଧାରଣ ଲୋକ କୋରୋନାରୁ ସୁସ୍ଥ ହୋଇ ପ୍ଲାଜମା ଦାନ କରିଥିବା ଡାକ୍ତର ମହାରଣା କହିଛନ୍ତି ।


କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details