ଓଡିଶା

odisha

ETV Bharat / city

ନିର୍ଗୁଣ୍ଡି ରେଳ ଦୁର୍ଘଟଣାର ତଦନ୍ତ ଆରମ୍ଭ: ମାସେ ଭିତରେ ଆସିବ ରିପୋର୍ଟ - ଲୋକମାନ୍ୟ ତିଲକ ଏକ୍ସପ୍ରେସ ଦୁର୍ଘଟଣା

ନିର୍ଗୁଣ୍ଡିଠାରେ ଲୋକମାନ୍ୟ ତିଲକ ଏକ୍ସପ୍ରେସ ଦୁର୍ଘଟଣାରେ ତଦନ୍ତ ଆରମ୍ଭ ହୋଇଛି । ରେଳବାଇ ସୁରକ୍ଷା କମିଶନର ଅଭୟ କୁମାର ରାଏ କଟକ ରେଳ ଷ୍ଟେସନ ସାମନାରେ ଥିବା ରେଳବାଇ ରେଷ୍ଟ ହାଉସରେ କ୍ୟାମ୍ପ କରି ଘଟଣାର ଆଜି ତଦନ୍ତ ଆରମ୍ଭ କରିଛନ୍ତି । ମାସେ ଭିତରେ ରିପୋର୍ଟ ଆସିବ ବୋଲି ସେ କହିଛନ୍ତି ।

LTT ଦୁର୍ଘଟଣା ମାମଲା
ନିର୍ଗୁଣ୍ଡି ରେଳ ଦୁର୍ଘଟଣାର ତଦନ୍ତ ଆରମ୍ଭ: ମାସେ ଭିତରେ ଆସିବ ରିପୋର୍ଟ

By

Published : Jan 18, 2020, 12:58 PM IST

Updated : Jan 18, 2020, 3:24 PM IST

କଟକ: ନିର୍ଗୁଣ୍ଡିଠାରେ ଲୋକମାନ୍ୟ ତିଲକ ଏକ୍ସପ୍ରେସ ଦୁର୍ଘଟଣାର ଆରମ୍ଭ ହୋଇଛି ତଦନ୍ତ। ରେଲୱେ ସୁରକ୍ଷା କମିଶନର ଅଭୟ କୁମାର ରାଏ କଟକ ରେଳ ଷ୍ଟେସନ ସାମନାରେ ଥିବା ରେଲୱେ ରେଷ୍ଟ ହାଉସରେ କ୍ୟାମ୍ପ କରି ଘଟଣାର ଆଜି ତଦନ୍ତ ଆରମ୍ଭ କରିଛନ୍ତି ।

ଏହି ତଦନ୍ତରେ ରେଲୱର 8 ଟି ବିଭାଗରେ କାର୍ଯ୍ୟ କରୁଥିବା ପ୍ରାୟ 60 ରୁ 80 ଜଣଙ୍କର ବୟାନ ରେକର୍ଡ କରାଯିବ । ଏହାସହ ଗୋଟିଏ ମାସ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରାଯିବ ବୋଲି କହିଛନ୍ତି ରେଳବାଇ ସୁରକ୍ଷା କମିଶନର ଅଭୟ କୁମାର ରାଏ । ପରେ ରେଲୱେ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସୁରକ୍ଷା କମିଶନର । ଏହାସହ ସୁରକ୍ଷା କମିଶନର ଗତକାଲି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ।

ନିର୍ଗୁଣ୍ଡି ରେଳ ଦୁର୍ଘଟଣାର ତଦନ୍ତ ଆରମ୍ଭ: ମାସେ ଭିତରେ ଆସିବ ରିପୋର୍ଟ

ଅନ୍ୟପଟେ ଟ୍ରେନ ଦୁର୍ଘଟଣା ହେବାପରେ ଯାତ୍ରୀଙ୍କୁ ସଙ୍ଗେସଙ୍ଗେ ଉଦ୍ଧାର କରାଯାଇଥିଲା। ବସ ମାଧ୍ୟମରେ ଆହତଙ୍କୁ ସଙ୍ଗେସଙ୍ଗେ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଆହତଙ୍କୁ କ୍ଷତି ପୂରଣ ଦିଆଯାଇଛି ବୋଲି କହିଛନ୍ତି ପୂର୍ବତଟ ରେଳବାଇ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Jan 18, 2020, 3:24 PM IST

ABOUT THE AUTHOR

...view details