ଓଡିଶା

odisha

ETV Bharat / city

ମା' ଗଡ଼ଚଣ୍ଡୀ: ଶତ୍ରୁଙ୍କ ପାଇଁ ସାଜିଥିଲେ ଢାଲ, ରାଜା ମୁକୁନ୍ଦଦେବଙ୍କ ସମୟରେ ହୋଇଥିଲେ ଆବିର୍ଭାବ - ଗଡ଼ଚଣ୍ଡୀ ପୀଠ

ଧରାବତାରଣ କରିଛନ୍ତି ମା' ଜଗତଜନନୀ । ଗଗନ, ପବନ ସବୁଠି ଅପୂର୍ବମୟ ବାସ୍ନା । ଯୁଗେ ଯୁଗେ ମାତୃଶକ୍ତିର ଉପାସନା ପାଇଁ ଆମ ରାଜ୍ୟ ଉତ୍କଳ ପ୍ରସିଦ୍ଧ । ଏଠାରେ ଅଷ୍ଟଚଣ୍ଡୀ ରୂପରେ ପୂଜା ପାଆନ୍ତି ମା' । ଏହି ଅଷ୍ଟଚଣ୍ଡୀ ମଧ୍ୟରୁ ମା'ଗଡଚଣ୍ଡୀ ଅନ୍ୟତମ । ଅଧିକ ପଢନ୍ତୁ...

ବିଶ୍ବାସରେ ଭଗବାନ, ଗଡ଼ରକ୍ଷା ଦାୟିନୀରୁ ମା' ଗଡ଼ଚଣ୍ଡୀ
ବିଶ୍ବାସରେ ଭଗବାନ, ଗଡ଼ରକ୍ଷା ଦାୟିନୀରୁ ମା' ଗଡ଼ଚଣ୍ଡୀ

By

Published : Oct 7, 2021, 4:59 PM IST

Updated : Oct 8, 2021, 6:36 AM IST

କଟକ: "ଯା ଦେବୀ ସର୍ବ ଭୂତେଷୁ ଶକ୍ତିରୂପେଣ ସଂସ୍ଥିତା, ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ" । ଗଗନ, ପବନ ସବୁଠି ଅପୂର୍ବମୟ ବାସ୍ନା । ପାର୍ବଣରେ ପବିତ୍ର ଧରାପୃଷ୍ଠ । ବିରାଜିତ ହୋଇଛନ୍ତି ମା' ଦଶଭୂଜା । ପୃଥିବୀରୁ ରୋଗ, ଦୁଃଖ, କଷ୍ଟ, ଶତ୍ରୁ ନାଶନ ପାଇଁ ଅବତାର ନେଇଛନ୍ତି ମା'ଶକ୍ତି ସ୍ବରୂପିଣୀ । ଯୁଗେ ଯୁଗେ ଉତ୍କଳରେ ମାତୃଶକ୍ତିର ଉପାସନାର ମାହାତ୍ମ୍ୟ ରହିଆସିଛି । ଏଠାରେ ମାତୃଶକ୍ତି ଅଷ୍ଟଚଣ୍ଡୀ ରୂପେ ପୂଜିତା । ଏହି ଅଷ୍ଟଚଣ୍ଡୀଙ୍କ ମଧ୍ୟରୁ ମା'ଗଡଚଣ୍ଡୀ ଅନ୍ୟତମ ।

ବିଶ୍ବାସରେ ଭଗବାନ, ଗଡ଼ରକ୍ଷା ଦାୟିନୀରୁ ମା' ଗଡ଼ଚଣ୍ଡୀ

ମା'ଙ୍କ ଆଗମନରେ ପ୍ରସିଦ୍ଧ କଟକର ପ୍ରତ୍ୟେକ ଶକ୍ତିପୀଠରେ ଆରମ୍ଭ ହୋଇଛି ଷୋଡ଼ଶ ଉପଚାର ପୂଜା । ଏହି ଶକ୍ତିପୀଠ ମଧ୍ୟରୁ କଟକ ମା' ଗଡ଼ଚଣ୍ଡୀଙ୍କ ଇତିହାସ ବେଶ ପୁରାତନ । ଯାହା ଆଜି ବି ସିଲଭରସିଟିର ସ୍ୱତଃ ବାରି ହୋଇପଡେ । ମା' ଗଡଚଣ୍ଡୀଙ୍କ ନାଁ ଶୁଣିଲେ ଶତ୍ରୁ ହୁଏ ଥରହର । ଇତିହାସ କହେ ଗଡ଼ଜାତ ସମୟରେର ରାଜା ମୁକୁନ୍ଦଦେବଙ୍କ ସମୟରେ ହୁଏ ମାଆ ମା' ଗଡଚଣ୍ଡୀଙ୍କ ଆବିର୍ଭାବ । ଶତ୍ରୁ କବଳରୁ ରକ୍ଷା ପାଇବା ପାଇଁ ମା'ଙ୍କୁ କରାଯାଏ ପୂଜାର୍ଚ୍ଚନା ।

ଆଉ ସେଥିପାଇଁ ମା'ଙ୍କ ନିର୍ଦ୍ଦେଶ କ୍ରମେ ଗଡ଼ର ଚାରି ପଟେ ବଡ଼ ନାଳ ଓ ସେହି ନାଳରେ ଛଡା ଯାଇଥିଲା ଶହ ଶହ କୁମ୍ଭୀର । ଶତ୍ରୁଙ୍କ ଗଡ଼ ପ୍ରବେଶ ଉପରେ ମା' ସାଜିଥିଲେ ଢାଲ । ସେତେବେଳେ ଶତ୍ରୁ କବଳରୁ ରକ୍ଷା ପାଇଥିଲେ ହଜାର ହଜାର ପ୍ରଜା । ଆଉ ସେବେ ଠାରୁ ଏଠାରେ ପୂଜା ପାଇ ଆସୁଛନ୍ତି ମା' ଗଡଚଣ୍ଡୀ । ଦୁର୍ଗାପୂଜା ଆସିଲେ ହଜାର ହଜାର ଭକ୍ତଙ୍କ ସୁଅ ଛୁଟେ ମା' ଗଡଚଣ୍ଡୀଙ୍କ ପୀଠକୁ । ଷୋଡ଼ଶ ଉପଚାର ପୂଜା ଆରମ୍ଭ ହେବା ଦିନଠୁ ଭକ୍ତଙ୍କୁ ବିଭିନ୍ନ ବେଶରେ ଦର୍ଶନ ଦେଇଥାଆନ୍ତି ମା' । ଯିଏ ମା'ଙ୍କ ନିକଟକୁ ଆଶା ନେଇ ଆସିଛି ସେ କେବେ ନିରାଶ ହୋଇ ଫେରିନି । ମା' ଡାକ ଶୁଣନ୍ତି ବୋଲି ଭକ୍ତର ବିଶ୍ବାସ ରହିଛି ।

କାହିଁ କେଉଁ କାଳରୁ ମା'ଙ୍କ ସ୍ଥାପନା ଏହି ଗଡ ମଧ୍ୟରେ ରହିଛି । ଚଳିତ ପାର୍ବଣରେ କଟକଣା ସତ୍ତ୍ବେ କାହିଁ କେତେ ଦୂରରୁ ମା'ଙ୍କ ଦର୍ଶନ ପାଇଁ ଧାଇଁ ଆସୁଛି ଭକ୍ତ ।


କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Oct 8, 2021, 6:36 AM IST

ABOUT THE AUTHOR

...view details