କଟକ: ବିନା ଅନୁମତିରେ ଚାକିରିରେ ଅନୁପସ୍ଥିତ ରହିବା ପଡିଲା ମହଙ୍ଗା । ଦୀର୍ଘ ପାଞ୍ଚ ବର୍ଷରୁ ଅଧିକ ସମୟ ଧରି ଚାକିରିରେ ଯୋଗଦେଇନଥିବାରୁ ଇନିସ୍ପେକ୍ଟର ପ୍ରଫୁଲ କୁମାର ସାହୁଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି । ତାଙ୍କୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ବହିଷ୍କୃତ କରିଛନ୍ତି ।
ଇନ୍ସପେକ୍ଟର ପ୍ରଫୁଲ କୁମାର ସାହୁ ବହିଷ୍କୃତ - ପ୍ରଫୁଲ କୁମାର ସାହୁ
ବିନା ଅନୁମତିରେ ଚାକିରିରେ ଅନୁପସ୍ଥିତ ରହିବା ପଡିଲା ମହଙ୍ଗା । ଦୀର୍ଘ ପାଞ୍ଚ ବର୍ଷରୁ ଅଧିକ ସମୟ ଧରି ଚାକିରିରେ ଯୋଗଦେଇ ନଥିବାରୁ ଇନ୍ସପେକ୍ଟର ପ୍ରଫୁଲ କୁମାର ସାହୁଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି । ତାଙ୍କୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ବହିଷ୍କୃତ କରିଛନ୍ତି ।
ଫାଇଲ ଫଟୋ
ଓଡିଶା ସର୍ଭିସ କୋର୍ଡ ଧାରା 72(2) ଅନୁସାରେ ଇନ୍ସପେକ୍ଟର ସାହୁଙ୍କୁ ସରକାରୀ ଚାକିରିରୁ ବହିଷ୍କାର କରାଯାଇଛି । ସୂଚନା ଅନୁସାରେ, 31.07.2011 ରେ ତାଙ୍କୁ କେନ୍ଦୁଝରରୁ ବଲାଙ୍ଗୀରକୁ ବଦଳି କରାଯାଇଥିଲା । ତେବେ ସେ ଅସୁସ୍ଥତା ଦର୍ଶାଇ ସେଠାରେ ଯୋଗଦାନ କରିନଥିଲେ । ପରେ ସେ ଅସୁସ୍ଥତା ଓ ଚିକିତ୍ସା ସପକ୍ଷରେ କୌଣସି ଡାକ୍ତରୀ ପ୍ରମାଣ ପତ୍ର ପ୍ରଦାନ କରିନଥିଲେ । ଏହା ସହ ଏ ବାବଦରେ ପଠାଯାଇଥିବା କାରଣ ଦର୍ଶାଅ ନୋଟିସର ଉତ୍ତର ରଖୁନଥିଲେ । ଏସବୁକୁ ଦୃଷ୍ଟିରେ ରଖି ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ଜଣାପଡିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ