କଟକ:ରେଭେନ୍ସା ଵିଶ୍ବଵିଦ୍ୟାଳୟ ଇଷ୍ଟ ହଷ୍ଟେଲର ଶୁକ୍ରବାର ଶତବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବକୁ ରାଜ୍ୟପାଳ ଗଣେଶୀ ଲାଲ ଭିଡିଓ କନଫରେନ୍ସ ଜରିଆରେ ଉଦଘାଟନ କରିଥିଲେ । ଇଷ୍ଟ ହଷ୍ଟେଲରେ ରହି ପାଠ ପଢିଥିବା ପୁରାତନ ଛାତ୍ରମାନେ ଏହି ଉତ୍ସଵରେ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଛାତ୍ରାବାସରେ ରହି ପାଠପଢିଥିଵା ଅନେକ ଛାତ୍ର ରାଜ୍ୟର ମୁଖ୍ୟ ଶାସନ ସଚିବ, ମନ୍ତ୍ରୀ, ବିଧାୟକ ଓ ସର୍ବଭାରତୀୟ ସ୍ତରରେ ଆଇଏଏସ ,ଆଇପିଏସ ଅଧିକାରୀ ଭାଵେ ସୁନାମ ଅର୍ଜନ କରିଛନ୍ତି।
ପୂର୍ବଜଙ୍କ ପଥକୁ ଅନ୍ତେବାସୀ ଅନୁସରଣ କରିବା ଉଚିତ୍: OPSC Chairman - ravenshaw university function news
ରେଭେନ୍ସା ଵିଶ୍ବଵିଦ୍ୟାଳୟ ଇଷ୍ଟ ହଷ୍ଟେଲର ଶୁକ୍ରବାର ଶତବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବକୁ ରାଜ୍ୟପାଳ ଗଣେଶୀ ଲାଲ ଭିଡିଓ କନଫରେନ୍ସ ଜରିଆରେ ଉଦଘାଟନ କରିଥିଲେ। ଅଧିକ ପଢନ୍ତୁ
ପୂର୍ବଜଙ୍କ ପଥକୁ ଅନ୍ତେବାସୀ ମାନେ ଅନୁସରଣ କରିବା ଉଚିତ : Opsc Chairman
ଏମାନଙ୍କ ମଧ୍ୟରୁ ଅଧିକାଂଶ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଆଇପିଏସ ତଥା ଓପିଏସସି ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ମଧ୍ୟ ଏହି ଛାତ୍ରାଵାସର ଅନ୍ତେବାସୀ ଥିଲେ । ଏହି ଅଵସରରେ ଵର୍ତ୍ତମାନର ଇଷ୍ଟ ହଷ୍ଟେଲ ଅନ୍ତେଵାସୀମାନେ ପୂର୍ବ ଅନ୍ତେଵାସୀମାନଙ୍କ ପଥକୁ ଅନୁକରଣ କରିବା ପାଇଁ ସତ୍ୟଜିତ ମହାନ୍ତି ପରାମର୍ଶ ଦେଇଥିଲେ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ