କଟକ: ରାଜଧାନୀରେ ଏନକାଉଣ୍ଟରରେ ଆହତ ହୋଇଥିବା 2 ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି । ଅରୁଣ ମଲ୍ଲିକଙ୍କୁ ଅସ୍ଥିଶଲ୍ୟ ବିଭାଗରେ ଚିକିତ୍ସା କରାଯାଉଥିବା ବେଳେ ବିବେକାନନ୍ଦ ନାୟକଙ୍କୁ ସର୍ଜରୀ ବିଭାଗରେ ରଖି ଚିକିତ୍ସିତ କରାଯାଉଛି । ଉଭୟଙ୍କ ଜଙ୍ଘରେ ଗୁଳି ବାଜିବାରୁ ଉଭୟ ଆହତ ହୋଇଛନ୍ତି । ତେବେ ଉଭୟଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି।
ଟଙ୍କପାଣି ରୋଡ ଏନକାଉଣ୍ଟର; ଆହତ ଅପରାଧୀ ଏସସିବିକୁ ସ୍ଥାନାନ୍ତର - firing on lootera gang
ଗତକାଲି ରାତିରେ ରାଜଧାନୀରେ ଏନକାଉଣ୍ଟରରେ ଆହତ ହୋଇଥିବା 2 ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି । ଉଭୟଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଥିବା ଜଣାପଡିଛି ।
ଡିଜାଇନ ଫଟୋ
ସୂଚନା ଯୋଗ୍ୟ ଗତକାଲି ରାତିରେ ଡକାୟତି ଯୋଜନା କରୁଥିବା ଖବର ପାଇ ରାଜଧାନୀ ଉପକଣ୍ଠ ଟଙ୍କପାଣି ରୋଡ୍ରେ ପୋଲିସ ଏନକାଉଣ୍ଟର କରିଥିଲା । ଡକାୟତ ପ୍ରଥମେ ପୋଲିସ ଉପରକୁ ଗୁଳି ଚାଳନା କରିଥିଲେ। ପୋଲିସ ଏହାର ଜବାବରେ ଗୁଳି ଚଳାଇବାରୁ 2 ଅପରାଧି ଆହତ ହୋଇଥିଲେ । ତେବେ ଉଭୟଙ୍କ ନାଁ ରେ ବିଭିନ୍ନ ଥାନାରେ 15 ରୁ ଊର୍ଦ୍ଧ୍ବ ମାମଲା ରହିଛି । ସେହିପରି ଉଭୟଙ୍କ ନିକଟରୁ ପୋଲିସ ଗୋଟିଏ ବନ୍ଧୁକ ଜବତ କରିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ