କଟକ: ତାଲାବନ୍ଦ ନିୟମକୁ ଉଲ୍ଲଂଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ଏଯାବତ୍ ମୋଟ 6290ଟି ମାମଲା ରୁଜୁ ହୋଇ ସାରିଛି । ଗତ ମାର୍ଚ୍ଚ 24 ତାରିଖଠାରୁ ମେ’ 24 ଯାଏଁ ଏ ସମସ୍ତ ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । କେବଳ ଶନିବାର ସକାଳୁ ରବିବାର ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ 12 ଟି ମାମଲା ରୁଜୁ କରାଯାଇଥିବା ଜଣାପଡିଛି ।
ଲକଡାଉନ ନିୟମ ଉଲ୍ଲଂଘନ, ଗତ 24 ଘଣ୍ଟାରେ ରାଜ୍ୟରେ 12 ମାମଲା ରୁଜୁ - କଟକ ଲାଟେଷ୍ଟ ନ୍ୟୁଜ୍
ତାଲାବନ୍ଦ ନିୟମକୁ ଉଲ୍ଲଂଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ଏଯାବତ୍ ମୋଟ 6290ଟି ମାମଲା ରୁଜୁ ହୋଇ ସାରିଛି । ଗତ ମାର୍ଚ୍ଚ 24 ତାରିଖଠାରୁ ମେ’ 24 ଯାଏଁ ଏ ସମସ୍ତ ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଲକଡାଉନ ନିୟମ ଉଲ୍ଲଂଘନ, ଗତ 24 ଘଣ୍ଟାରେ ରାଜ୍ୟରେ 12 ମାମଲା ରୁଜୁ
ତେବେ ଗତ 24 ଘଣ୍ଟାରେ ରୁଜୁ ହୋଇଥିବା ଏହି 12ଟି ମାମଲା ମଧ୍ୟରୁ 8ଟି ମାମଲା ତାଲାବନ୍ଦ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ରୁଜୁ କରାଯାଇଥିବା ବେଳେ 3ଟି ମାମଲା ଲକଡାଉନ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ରୁଜୁ କରାଯାଇଛି । ସେହିପରି ଗୋଟିଏ ମାମଲା ଗୁଜବ ସୃଷ୍ଟି କରିବା ଅଭିଯୋଗରେ ରୁଜୁ କରାଯାଇଥିବା ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ