ଓଡିଶା

odisha

ETV Bharat / city

ପୂଜା ବଜାରରେ ଓଡ଼ିଆ ଅଭିନେତା ବୁଦ୍ଧାଦିତ୍ୟ - ମାଆ ଦୂର୍ଗାଙ୍କୁ ଦର୍ଶନ କରିବା ପହଞ୍ଚିଲେ ବୁଦ୍ଧାଦିତ୍ୟ

ଧରାବତରଣ କରିଛନ୍ତି ମା ଜଗଦମ୍ବା । ଚଳଚଞ୍ଚଳ କଟକ ସହର । ଚାନ୍ଦିନୀଚୌକର ଭିଡ଼ ମଧ୍ୟରେ ମାଆ ଦୂର୍ଗାଙ୍କୁ ପୂଜା କରୁଥିବା ନଜର ଆସିଛନ୍ତି ଓଡିଆ ସିନେ କଳାକାର ବୁଦ୍ଧାଦିତ୍ୟ ମହାନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Oct 6, 2019, 6:01 PM IST

କଟକ: ପାର୍ବଣର ଆଗମନରେ ଧରାବତରଣ କରିଛନ୍ତି ମା ଜଗଦମ୍ବା । ଯାହାକୁ ନେଇ ଚଳଚଞ୍ଚଳ କଟକ ସହର । ଚାନ୍ଦିନୀଚୌକର ଭିଡ଼ ମଧ୍ୟରେ ନଜର ଆସିଛନ୍ତି ଓଡିଆ ସିନେ କଳାକାର ବୁଦ୍ଧାଦିତ୍ୟ ମହାନ୍ତି । ମାଆଙ୍କୁ ଦର୍ଶନ କରି ନିଜର ଭକ୍ତିକୁ ଅର୍ପଣ କରିଛନ୍ତି । ଏହାସହିତ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁ ଓ ଭକ୍ତ ବୁଦ୍ଧାଦିତ୍ୟଙ୍କୁ ଦେଖି ତାଙ୍କ ସହ ସେଲ୍ଫି ନେଉଥିବା ଦେଖିବାକୁ ମିଳିଥିଲା ।

ପୂଜା ବଜାରରେ ଓଡ଼ିଆ କଳାକାର ବୁଦ୍ଧାଦିତ୍ୟ

ତେବେ କ୍ୟାମେରା ସାମନାରେ ମାଆ ଦୂର୍ଗାଙ୍କୁ ଦର୍ଶନ କରିବା ସହ ନିଜର ପିଲାଦିନ କଥା କହିଛନ୍ତି ବୁଦ୍ଧାଦିତ୍ୟ । କିପରି ସେ ଏକ ସାଇକେଲରେ ପିଲାବେଳେ କଟକର ବାଉନ ବଜାର ତେପନ ଗଳିରେ ମାଆ ଦୂର୍ଗାଙ୍କୁ ଦର୍ଶନ କରୁଥିଲେ ତାହା ସେ ବ୍ୟକ୍ତ କରିଛନ୍ତି । ସେ ସମୟରେ ଏତେ ଗହଳି ନଥିଲା କିନ୍ତୁ ଆଜିର ସମୟରେ କଟକରେ ଜନ ସମୁଦ୍ର ପରିଲକ୍ଷିତ ହେଉଛି । ତେବେ ଜଣେ କଟକିଆ ହିସାବରେ ଦୁର୍ଗା ପୂଜାକୁ ମୁଁ କେବେ ମିସ କରେନି ଓ ମାଆର ଆଶୀର୍ବାଦ ନେବାରେ ମଧ୍ୟ କେବେ ହେଳା କରେନି ବୋଲି କହିଛନ୍ତି ଅଭିନେତା ବୁଦ୍ଧାଦିତ୍ୟ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details