କଟକ:ସିଡିଏ ଜମି କେଳେଙ୍କାରୀ ମାମଲାରେ ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି । ସରକାରୀ ଜମିକୁ ନିଜର ଦର୍ଶାଇ କ୍ଷତିପୂରଣ ନେଇଥିବା ବ୍ୟକ୍ତିଙ୍କ ଠାରୁ କ୍ଷତିପୂରଣ ରାଶି ଆଦାୟ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଜମିର ମାଲିକାନା ଓ କ୍ଷତିପୂରଣକୁ ନେଇ ଦାୟର ସମସ୍ତ ମାମଲାକୁ ଖାରଜ କରିଛନ୍ତି ହାଇକୋର୍ଟ।
କଟକ ବିଦ୍ୟାଧରପୁର ମୌଜାର ୧୧୨ ଏକର ଜମି ଉପରେ ଜାଲିଆତି ହୋଇଥିଲା। ୧୯୬୩ ମସିହାରେ ଜମିଦାରୀ ଉଚ୍ଛେଦ ଆଇନ ( Estate Abolition Act) ବଳରେ ସରକାରଙ୍କ ମାଲିକାନାକୁ ଆସିଥିଲା କଟକ ବିଦ୍ୟାଧରପୁର ମୌଜାର ୧୧୨ ଏକର ଜମି। ସେହି ଜମି ସଂପୃକ୍ତ ବ୍ୟକ୍ତିଙ୍କ ନାଁରେ ଥିଲା। ଯାହାକୁ ସେ ଅନେକ ଲୋକଙ୍କୁ ଭାଗ ଭାଗ କରି ବିକ୍ରି କରି ଦେଇଥିଲେ।