ଓଡିଶା

odisha

By

Published : Feb 5, 2022, 9:06 PM IST

ETV Bharat / city

EWS SCAM, 3 ଦିନିଆ ରିମାଣ୍ଡରେ ଯିବ ରାଜା କରଣ

EWS ତିଆରି ଘରକୁ ବେଆଇନ ଭାବେ ବିକ୍ରି କରି ଲକ୍ଷାଧିକ ଟଙ୍କା ହଡପ ଅଭିଯୋଗରେ ଗିରଫ ରାଜା କରଣକୁ ତିନି ଦିନିଆ ରିମାଣ୍ଡରେ ନେବ କମିଶନରେଟ ପୋଲିସ । ଅଧିକ ପଢନ୍ତୁ

EWS ତିଆରି ଘରକୁ ବେଆଇନ ବିକ୍ରି ମାମଲା, 3 ଦିନିଆ ରିମାଣ୍ଡରେ ଯିବ ରାଜା କରଣ
EWS ତିଆରି ଘରକୁ ବେଆଇନ ବିକ୍ରି ମାମଲା, 3 ଦିନିଆ ରିମାଣ୍ଡରେ ଯିବ ରାଜା କରଣ

କଟକ: କଲ୍ୟାଣୀ ନଗର ଅନ୍ଦରପୁରରେ ବସ୍ତିବାସୀନ୍ଧାଙ୍କ ପାଇଁ EWS ତିଆରି ଘରକୁ ବେଆଇନ ଭାବେ ବିକ୍ରି କରି ଲକ୍ଷାଧିକ ଟଙ୍କା ହଡପ ଅଭିଯୋଗରେ ଗିରଫ ରାଜା କରଣକୁ ତିନି ଦିନିଆ ରିମାଣ୍ଡରେ ନେବ କମିଶନରେଟ ପୋଲିସ । ଏନେଇ ଅନୁମତି ଦେଇଛନ୍ତି ତଳ କୋର୍ଟ । ରିମାଣ୍ଡରେ ନେବାପାଇଁ କମିଶନରେଟ ପୋଲିସ ତଳ କୋର୍ଟରେ ଆବେଦନ କରିଥିଲା ।

ସୂଚନାଯୋଗ୍ୟ, ୫୩ ନମ୍ବର ୱାର୍ଡର ପୂର୍ବତନ ବିଜେଡି କର୍ପୋରେଟରଙ୍କ ସ୍ୱାମୀ ରାଜା କରଣକୁ ଗିରଫ କରି ଆଜି(ଶନିବାର) କୋର୍ଟଚାଲାଣ କରିଥିଲା ମଧୁପାଟଣା ଥାନା ପୋଲିସ । ଠକେଇର ଶିକାର ହୋଇଥିବା ଅନେକ ବସ୍ତିବାସିନ୍ଦାଙ୍କ ଅଭିଯୋଗ ପରେ ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଥିଲା । ସେପଟେ ରାଜା ବିରୋଧରେ ଏବେ ଅଭିଯୋଗର ଫର୍ଦ୍ଦ ଲମ୍ବି ଚାଲିଛି। । ଗିରଫ ସମୟରେ 14 ଲକ୍ଷ 90 ହଜାର ଟଙ୍କା ଜବତ କରିଛି ପୋଲିସ । ଏହାସହ ଅଧିକ ତଦନ୍ତ ଜାରି ରହିଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ:- EWS ଫ୍ଲାଟ କେଳେଙ୍କାରୀ, ଦଲାଲ ରାଜା କରଣ କୋର୍ଟଚାଲାଣ

ଜବତ ଟଙ୍କାକୁ ଆଗମୀ ଦିନରେ ହିତାଧିକାରୀଙ୍କ ନିକଟରେ ପହଞ୍ଚାଯିବା ପାଇଁ ପ୍ରୟାସ ରହିବ ବୋଲି ସ୍ପଷ୍ଟ କରିଛି ପୋଲିସ । ତେବେ ଅଭିଯୋଗର ପରିସୀମା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଏହି ଘଟଣାରେ ଅଧିକ ତଦନ୍ତ ବାକି ରହିଥିବା ପୋଲିସ କହିଛି । ତେବେ ରାଜା ନାଁରେ ମୋଟ 5 ଟି ମାମଲା ଥିବା ଜଣାପଡିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details