ଓଡିଶା

odisha

By

Published : Nov 3, 2021, 1:03 PM IST

ETV Bharat / city

ରାତି ପାହିଲେ ଦୀପାବଳି, ସିଲଭର ସିଟିରୁ ଜବତ ହେଲା ବେଆଇନ ବାଣ

କଟକରୁ ବିପୁଳ ପରିମାଣର ବେଆଇନ ବାଣ ଜବତ । ଜଣେ ଯୁବକ ଥାନାରେ ଅଟକ । ଅଧିକ ପଢନ୍ତୁ...

ରାତି ପାହିଲେ ଦୀପାବଳି, ସିଲଭର ସିଟିରୁ ଜବତ ହେଲା ବେଆଇନ ବାଣ
ରାତି ପାହିଲେ ଦୀପାବଳି, ସିଲଭର ସିଟିରୁ ଜବତ ହେଲା ବେଆଇନ ବାଣ

କଟକ: ସିଲଭର ସିଟିରୁ ଜବତ ହେଲା ହେଲା ବେଆଇନ ବାଣ । କଟକ ଗୋପାଳସାହିରେ ଚଢାଉ କରି ବିପୁଳ ପରିମାଣର ବାଣ ଜବତ କରିଛି ବିଡାନାସୀ ପୋଲିସ । ଜବତ ବାଣର ଆନୁମାନିକ ମୂଲ୍ୟ ୫ ଲକ୍ଷରୁ ଟଙ୍କାରୁ ଉର୍ଦ୍ଧ୍ବ ହେବ । ବେଆଇନ ଭାବେ ବାଣ ରଖିବା ଅଭିଯୋଗରେ ଜଣେ ଯୁବକ ଥାନାରେ ଅଟକ ରହିଛି । ସମ୍ପୃକ୍ତ ଯୁବକ ଜଣକ ବିଭିନ୍ନ ସ୍ଥାନରୁ ଏହି ବାଣ ଆଣି ସେଗୁଡିକୁ କଟକ ସହରରେ ବିକ୍ରି କରିବାକୁ ଯୋଜନା କରୁଥିବା ପୋଲିସ ପକ୍ଷରୁ କୁହାଯାଇଛି ।

ରାତି ପାହିଲେ ଦୀପାବଳି, ସିଲଭର ସିଟିରୁ ଜବତ ହେଲା ବେଆଇନ ବାଣ

ଦୀପାବଳିରେ କେବଳ ସବୁଜ ବାଣ ବିକ୍ରି ପାଇଁ ହାଇକୋର୍ଟ ତଥା ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ସବୁଜ ବାଣ ବ୍ୟତୀତ ପ୍ରଦୂଷଣ ସୃଷ୍ଟି କରୁଥିବା ପାରମ୍ପରିକ ବାଣ ଯେପରି ବିକ୍ରି ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହି କ୍ରମରେ କଟକ କମିଶନରେଟ ପୋଲିସ ବେଆଇନ ବାଣ ଧରପକଡ ଅଭିଯାନ ଆରମ୍ଭ କରିଛି ।

ଜଗତପୁର ପୋଲିସ ଗତକାଲି(ମଙ୍ଗଳବାର) ବେଆଇନ ବାଣ ଜବତ କରିଥିବା ବେଳେ ଆଜି ବିଡ଼ାନାସି ପୋଲିସ ମଧ୍ୟ ବାଣ ଜବତ କରିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details