ବେଙ୍ଗାଲୁରୁ: କଟକବାସୀଙ୍କ ପାଇଁ ସତର୍କବାଣୀ । ICMR ପକ୍ଷରୁ ପ୍ରକାଶ ଏକ ରିପୋର୍ଟ ମୁତାବକ ଭାରତରେ କଟକରେ ସର୍ବାଧିକ ଲୋକ ବ୍ରେନ ଷ୍ଟ୍ରୋକ୍ର ଶିକାର ହେଉଛନ୍ତି । ଏହାକୁ ନେଇ ୨୦୧୮ ଓ ୨୦୧୯ରେ ଆଇସିଏମଆର ପକ୍ଷରୁ ଏକ ସର୍ଭେ ମଧ୍ୟ କରାଯାଇଥିଲା ।
ଏହି ସର୍ଭେ ମୁତାବକ କଟକରେ ସର୍ବାଧିକ ଏକ ଲକ୍ଷ ଲୋକଙ୍କ ମଧ୍ୟରେ ୧୮୭ ଜଣ ବ୍ରେନ୍ ଷ୍ଟ୍ରୋକ୍ର ଶିକାର ହେଉଛନ୍ତି । ତା ପଛକୁ ଆସାମର କାଚାରରେ ସର୍ବଧିକ ୯୬ ଜଣ ବ୍ରେନ୍ ଷ୍ଟ୍ରୋକ୍ର ଶିକାର ହେଉଛନ୍ତି । ସେହିଭଳି ରାଜସ୍ଥାନର କୋଟାରେ ବ୍ରେନ୍ ଷ୍ଟ୍ରୋକ୍ର ଶିକାର ହେବାର ୨୮ ମଧ୍ୟରେ ୧୫ ଜଣଙ୍କ ମୃତ୍ୟୁ ହେଉଛି । ଦେଶରେ ସର୍ବାଧିକ ବାରାଣାସୀରେ ୮ ଦିନରେ ବ୍ରେନ୍ ଷ୍ଟ୍ରୋକ୍ର ଶିକାର ହୋଇ ୪୬ ଜଣଙ୍କ ମୃତ୍ୟୁ ହେଉଛି ।
ICMR ବେଙ୍ଗାଲୁରୁ ୟୁନିଟ୍ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି । ବ୍ରେନ୍ ଷ୍ଟ୍ରୋକ୍ ଓ ଏଥିରୁ ହେଉଥିବା ମୃତ୍ୟୁ ହାରକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି । ପଶ୍ଚିମ କୋଟା, ପୂର୍ବ କଟକ ଦକ୍ଷିଣ ତିରୁନେଭେଲି ଓ ଉତ୍ତର-ପୂର୍ବ କାଚାରରେ ଅଧିକାଂଶ ଯୁବଗୋଷ୍ଠୀ ବ୍ରେନ୍ ଷ୍ଟ୍ରୋକ୍ର ଶିକାର ହୋଇଛନ୍ତି । କଟକରେ ଅଧିକାଂଶ ହାଇପରଟେନସନ୍ (ଉଚ୍ଚ ରକ୍ତ ଚାପ) ଯୋଗୁଁ ବ୍ରେନ୍ ଷ୍ଟ୍ରୋକ୍ର ଶିକାର ହେଉଛନ୍ତି ।