କଟକ:CMC କମିଶନର ଭାବେ ଦାୟିତ୍ବ ଗ୍ରହଣ କଲେ IAS ଅଧିକାରୀ ନିଖିଳ ପବନ କଲ୍ୟାଣ । ସେ ଆଜି କଟକର ଆରାଧ୍ୟ ଦେବୀ କଟକ ଚଣ୍ଡୀଙ୍କୁ ଦର୍ଶନ କରି ଏହି ଦାୟିତ୍ବ ଗ୍ରହଣ କରିଛନ୍ତି । ସୁନ୍ଦରଗଡ ଜିଲ୍ଲାପାଳ ଭାବେ ଦାୟିତ୍ବ ତୁଲାଇ ଅନେକ ଚାଲେଞ୍ଜକୁ ଦୃଢତାର ସହ ମୁକାବିଲା କରିଛନ୍ତି IAS ଅଧିକାରୀ ନିଖିଳ ପବନ କଲ୍ୟାଣ । କାର୍ଯ୍ୟରତ ସମୟରେ ସେଠାରେ ସେ ଅନେକ ପ୍ରକାର ଜନମଙ୍ଗଳକର କାର୍ଯ୍ୟ କରିଥିଲେ ପବନ । ଆଜି ମା’ କଟକ ଚଣ୍ଡୀଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି ନିଖିଳ ପବନ କଲ୍ୟାଣ ।
ମା’ କଟକ ଚଣ୍ଡୀଙ୍କ ଦର୍ଶନ କରି ଦାୟିତ୍ବ ନେଲେ ନୂଆ CMC କମିଶନର - କଟକ ସିିଏମସି ଭାବେ ଦାୟିତ୍ବ ନେଲେ ନିଖିଳ ପବନ କଲ୍ୟାଣ
CMC କମିଶନର ଭାବେ ଦାୟିତ୍ବ ଗ୍ରହଣ କଲେ IAS ଅଧିକାରୀ ନିଖିଳ ପବନ କଲ୍ୟାଣ । ସେ ଆଜି କଟକର ଆରାଧ୍ୟ ଦେବୀ କଟକ ଚଣ୍ଡୀଙ୍କୁ ଦର୍ଶନ କରି ଏହି ଦାୟିତ୍ବ ଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ
ମାଁ କଟକ ଚଣ୍ଡୀଙ୍କୁ ଦର୍ଶନ କରି ଦାୟିତ୍ବ ନେଲେ ନୂଆ CMC କମିଶନର ଭାବେ
ସେ କହିଛନ୍ତି ଯେ, "କଟକର ସାମୂହିକ ବିକାଶ ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିବି ଏବଂ ସହରର ବିକାଶ ପାଇଁ ଚାଲି ଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ତ୍ବରାନ୍ବିତ କରିବା । ଏହାସହ ସହର ବାସିନ୍ଦାଙ୍କ ରହିଥିବା ସମସ୍ୟାକୁ ଦୂର କରିବାକୁ ଚେଷ୍ଟା କରିବି ।"
ଇଟିଭି ଭାରତ, କଟକ