କଟକ: ବରିଷ୍ଠ ଆଇପିଏସ ତଥା ଏଚଆରପିସିର ଆଇଜି ଏନ ବି ଭାରତୀଙ୍କ କାର୍ଯ୍ୟାଳୟରେ ବୁଧବାର ଗୃହବିଭାଗ ପକ୍ଷରୁ ଲଟକା ଜାରି କରାଯାଇଛି । ବାରମ୍ବାର ତାଗିଦ ସତ୍ବେ ହାଜର ନ ହେବାରୁ ଗୃହ ବିଭାଗ ଏହି ଲଟକା ଜାରି କରିଥିବା ଜଣାପଡିଛି ।
ଏନ ବି ଭାରତୀଙ୍କ କାର୍ଯ୍ୟାଳୟରେ ଗୃହ ବିଭାଗର ଲଟକା ଜାରି - NB Bharti
ବାରମ୍ବାର ତାଗିଦ ସତ୍ବେ ହାଜର ନ ହେବାରୁ ଗୃହ ବିଭାଗ ଏନ ବି ଭାରତୀଙ୍କ କାର୍ଯ୍ୟାଳୟରେ ଲଟକା ଜାରି କରିଥିବା ଜଣାପଡିଛି ।
ଏନ ବି ଭାରତୀଙ୍କ କାର୍ଯ୍ୟାଳୟରେ ଗୃହ ବିଭାଗର ଲଟକା ଜାରି
ଏନ ବି ଭାରତୀଙ୍କ କାର୍ଯ୍ୟାଳୟରେ ଗୃହ ବିଭାଗର ଲଟକା ଜାରି
ବିନା ଅନୁମତିରେ ଦୀର୍ଘ ସମୟ ଧରି କାର୍ଯ୍ୟାଳୟରେ ଅନୁପସ୍ଥିତ ରହିବା ଅଭିଯୋଗରେ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ପକ୍ରିୟା ଆରମ୍ଭ ହୋଇଥିଲା । ତାଙ୍କ ବିରୋଧରେ ନିର୍ଦ୍ଦିଷ୍ଟ କଣ ଅଭିଯୋଗ ରହିଛି ଏବଂ ସେ ସମ୍ପର୍କରେ କଣ ତଥ୍ୟ ପ୍ରମାଣ ରହିଛି, ତାହା ତାଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଥିଲା । ସେ ଏ ନେଇ ଶୃଙ୍ଖଳାଗତ କମିଟି ସହିତ କୌଣସି ଯୋଗଯୋଗ କରିନଥିଲେ କିମ୍ବା ମାମଲାରେ ନିଜର ପକ୍ଷ ରଖି ନଥିଲେ । ଶେଷରେ ବାଧ୍ୟ ହୋଇ ଗୃହ ବିଭାଗ ପକ୍ଷରୁ କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ରହିଥିବା ଏନ ବି ଭାରତୀଙ୍କ କାର୍ଯ୍ୟାଳୟରେ ଲଟକା ଜାରି କରାଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ