ଓଡିଶା

odisha

ETV Bharat / city

ସିଲଭରସିଟିରେ ଜମୁଛି ଗଣେଶ ପୂଜା, କଳାକୃତିରେ କଟକ ଐତିହ୍ୟ କୀର୍ତ୍ତିରାଜି ପ୍ରଦର୍ଶିତ

ଗଣେଶ ପୂଜାରେ ଝଲସୁଛି କଟକ ସହର । କର୍ପୂର ଗଣେଶ ସାଙ୍ଗକୁ ପୂଜା ପାଉଛନ୍ତି ଚାନ୍ଦିର ଗଣେଶ । କଟକ ମେରିଆ ବଜାର ଅଞ୍ଚଳରେ ଗଣେଶ ପୂଜା ସାହାଯ୍ୟରେ ହଜାର ବର୍ଷ ପୂରୁଣା ସହର କଟକର ଐତିହ୍ୟ କୀର୍ତ୍ତିରାଜିକୁ ଦୃଶ୍ୟମାନ କରାଇଛନ୍ତି ଯୁବ ଉଦ୍ୟୋଗୀ ଅର୍ଜୁନ ତିବେରୱାଲ । ଅଧିକ ପଢନ୍ତୁ

By

Published : Sep 3, 2022, 2:29 PM IST

Updated : Sep 3, 2022, 4:07 PM IST

ସିଲଭରସିଟିରେ ଜମୁଛି ଗଣେଶ ପୂଜା, କଳାକୃତିରେ କଟକ ଐତିହ୍ୟ କୀର୍ତ୍ତିରାଜି ପ୍ରଦର୍ଶିତ
ସିଲଭରସିଟିରେ ଜମୁଛି ଗଣେଶ ପୂଜା, କଳାକୃତିରେ କଟକ ଐତିହ୍ୟ କୀର୍ତ୍ତିରାଜି ପ୍ରଦର୍ଶିତ

କଟକ: ବିଘ୍ନ ବିନାଶକ ଗଜାନନଙ୍କ ଧରାବତରଣ ପରେ ଝଲସୁଛି କଟକ ସହର । ରାତି ହେଲେ ରଙ୍ଗିନ ଆଲୋକ ମାଳାରେ ଝଲସୁଛି ସହର ଓ ପୂଜା ମଣ୍ଡପ । ଦୀର୍ଘ ଦୁଇ ବର୍ଷ ପରେ ଗଣେଶ ପୂଜା ଖୁବ ଧୁମଧାମରେ ପାଳନ କରି ବେଶ ଖୁସି ଅଛନ୍ତି କଟକବାସୀ । ଭାଇଚାରାର ସହରରେ ଭିନ୍ନ ଭିନ୍ନ ରୂପରେ ପୂଜା ପାଉଛନ୍ତି ଅଗ୍ରପୂଜ୍ୟ । ରୌପ୍ୟନଗରୀ କଟକ ସବୁବେଳେ ଚାନ୍ଦି ଦୁର୍ଗା ମେଢ଼ ପାଇଁ ପ୍ରସିଦ୍ଧି ଲାଭ କରିଥିବାବେଳେ, ଚଳିତ ବର୍ଷ ପ୍ରଥମ ଥର ପାଇଁ ତିଆରି ହୋଇଛି ଗଣେଶଙ୍କ ଚାନ୍ଦି ମେଢ଼ । ଯାହା ଆକର୍ଶଣର କେନ୍ଦ୍ର ବିନ୍ଦୁ ପାଲଟିଛି । ସେହିପରି ପୋତାପୋଖରୀ ଅଞ୍ଚଳରେ ଥିବା ସଂଗ୍ରାମ କ୍ଳବରେ କର୍ପୂର ଗଣେଶ ପୂଜା ପାଉଛନ୍ତି ।

ସିଲଭରସିଟିରେ ଜମୁଛି ଗଣେଶ ପୂଜା, କଳାକୃତିରେ କଟକ ଐତିହ କୀର୍ତ୍ତିରାଜି ପ୍ରଦର୍ଶିତ

ଏହାରି ଭିତରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି କଟକ ମେରିଆ ବଜାର ଅଞ୍ଚଳରେ । କଟକର ଐତିହ୍ୟ କୀର୍ତ୍ତିରାଜି ମଧ୍ୟରେ ପୂଜା ପାଉଁଛନ୍ତି ପାର୍ବତୀ ନନ୍ଦନ । ଯୁବ ଉଦ୍ୟୋଗୀ ଅର୍ଜୁନ ତିବେରୱାଲ ନିଜ ଘରେ ଗଣେଶ ପୂଜା ସାହାଯ୍ୟରେ ହଜାର ବର୍ଷ ପୁରୁଣା ସହର କଟକର ଐତିହ୍ୟ କୀର୍ତିରାଜିକୁ ଦୃଶ୍ୟମାନ କରାଇଛନ୍ତି ନିଜ କଳାକୃତି ମାଧ୍ୟମରେ । ଯେଉଁଠାରେ କଣେଶ ମୂର୍ତ୍ତି ସାଙ୍ଗକୁ ନେତାଜୀଙ୍କ ଜନ୍ମ ସ୍ଥାନ ଠାରୁ ଆରମ୍ଭ କରି ରେଳ ଷ୍ଟେସନ, ହାଇକୋର୍ଟ, ମହାନଦୀ ବ୍ରିଜ, ବାଲିଯାତ୍ରା ତୋରଣ, ଆଇ ଲଭ କଟକ ଓ ବାରବାଟୀ ଷ୍ଟାଡିଅମର ଅବିକଳ କଳାକୃତି ପ୍ରଦର୍ଶିତ ହୋଇଛି । ଦିନରେ ବ୍ୟବସାୟ ଓ ରାତିରେ ଏହି କଳାକୃତୀ କରି ଏବେ ଖୁବ ଚର୍ଚ୍ଚାରେ ରହିଛନ୍ତି ଯୁବ ବ୍ୟବସାୟୀ ଅର୍ଜୁନ। ଅଦରକାରୀ ସାମଗ୍ରୀକୁ ବ୍ୟବହାର କରି ଏହି କଳାକୃତି କରିଛନ୍ତି ସେ ।

ଏହା ମଧ୍ୟ ପଢନ୍ତୁ-ସିଲଭରସିଟିର ମୁଖ୍ୟ ଆକର୍ଷଣ, ଚାନ୍ଦି ମେଢ଼ରେ ଝଟକିବେ ସିଦ୍ଧି ବିନାୟକ

ଅନ୍ୟପଟେ ଅର୍ଜୁନଙ୍କ ଏହି କଳାକୃତି କରିବା ଦିଗରେ ପରିବାରର ରହିଛି ବଡ଼ ସହଯୋଗ । ଭାଇ, ଭାଉଜ, ଝିଆରୀ ଏପରିକି ମାଆ ମଧ୍ୟ ଅର୍ଜୁନଙ୍କୁ ତାଙ୍କ ନିଖୁଣ କଳାକୃତି କରିବା ଦିଗରେ ସାହାଯ୍ୟ କରିଥିଲେ । ରୀତି ନୀତି ଅନୁସାରେ ଗଣେଶଙ୍କୁ ପୂଜର୍ଚ୍ଚନା ଜାରି ରଖିଛନ୍ତି ପରିବାର ଲୋକେ । ତେବେ ଅର୍ଜୁନଙ୍କ ଏହି ନିଆରା ପ୍ରୟାସ ପାଇଁ ପରିବାର ବେଶ ଗର୍ବିତ ବୋଲି କହିଛନ୍ତି ତାଙ୍କ ବଡ ଭାଇ ରଜ କୁମାର ତିବେରୱାଲ । ଦିନକୁ ଦିନ କଟକରେ ଐତିହ୍ୟ କୀର୍ତିରାଜିର ଚମକ କମୁଥିଲାବେଳେ, ଅର୍ଜୁନଙ୍କ ଏହିଭଳି ନିଆରା ପ୍ରୟାସ ନିଶ୍ଚିତ ଲୋକ ମାନଙ୍କ ମଧ୍ୟରେ ଏକ ସଚେତନତା ବାର୍ତ୍ତା ସୃଷ୍ଟି କରିବ ବୋଲି ଆଶା ରଖିଛନ୍ତି ଅର୍ଜୁନ ।

ଇଟିଭି ଭାରତ, କଟକ

Last Updated : Sep 3, 2022, 4:07 PM IST

ABOUT THE AUTHOR

...view details