କଟକ: ସିଲଭର ସିଟିରେ ଅସୁରକ୍ଷିତ ପଶୁ ! ଜିଲ୍ଲା କାଞ୍ଜିଆ ହୁଦା ଠାରେ ଗୋ ବିକ୍ରି ସହ କର୍ମଚାରୀଙ୍କ ମନମାନି ଅଭିଯୋଗ । ଯାହାକୁ ପ୍ରତିବାଦ କରି କଟକ ମହାନଗର ନିଗମର କାର୍ଯ୍ୟାଳୟ ସମ୍ମୁଖରେ ହିନ୍ଦୁସେନା ବିକ୍ଷୋଭ ପ୍ରଦର୍ଶନ କରିଛି ।
ଅଭିଯୋଗ ଅନୁସାରେ, କଟକ କଞ୍ଜିଆ ହୁଦା ଠାରେ ବୁଲା ଗାଈ ଓ ଷଣ୍ଢ ମାନଙ୍କର ରଖିବା ପାଇଁ ବ୍ୟବସ୍ଥା ଥିବା ବେଳେ ସେଠାରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନେ ନାହିଁ ନଥିବା ଜୁଲମ୍ କରୁଥିବା ଅଭିଯୋଗ ହୋଇଛି । ଉଦ୍ଧାର ବୁଲା ଗାଈଙ୍କ ପାଇଁ 500 ଟଙ୍କା ଫାଇନ ଆଦାୟ ଥିବା ବେଳେ ମାଲିକ ମାନଙ୍କ ଠାରୁ ହଜାର ହଜାର ଟଙ୍କା ଆଦାୟ କରାଯାଉଛି ଓ ଏହା ସହ ଗାଈ ଷଣ୍ଢ ମାନଙ୍କୁ ଠିକ୍ ସେ ଖାଇବାକୁ ଦିଆଯାଉନଥିବା ଭଳି ମଧ୍ୟ ସଙ୍ଗିନ ଅଭିଯୋଗ ଆସିଛି । ଯାହାକୁ ବିରୋଧ କରି କଟକ ମହାନଗର ନିଗମର କାର୍ଯ୍ୟାଳୟ ସମ୍ମୁଖରେ ହିନ୍ଦୁସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।