ଓଡିଶା

odisha

By

Published : Nov 29, 2021, 5:14 PM IST

ETV Bharat / city

ମାଟିରେ ମିଶିଲା ୪୦ ବର୍ଷର ହିନ୍ଦ୍ ସିନେମା ହଲ, ବିସ୍ଥାପିତଙ୍କୁ ମିଳିବ କ୍ଷତିପୂରଣ

ରାଣୀହାଟ ଛକରେ ଥିବା 3 ମହଲା ବିଶିଷ୍ଟ ହିନ୍ଦ୍ ସିନେମା ହଲ ଭଙ୍ଗା ଯାଇଛି । ଏସସିବି ମେଡିକାଲ ଓ ତାଳଦଣ୍ଡା କେନାଲ ରାସ୍ତା ସମ୍ପ୍ରସାରଣରେ ବାଧକ ସାଜିଥିଲା ହଲ । ଅଧିକ ପଢନ୍ତୁ

ମାଟିରେ ମିଶିଲା ହିନ୍ଦ ସିନେମା ହଲ
ମାଟିରେ ମିଶିଲା ହିନ୍ଦ ସିନେମା ହଲ

କଟକ: ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି(ସୋମବାର) ରାଣୀହାଟ ଛକରେ ଥିବା 3 ମହଲା ବିଶିଷ୍ଟ ହିନ୍ଦ୍ ସିନେମା ହଲ ଭଙ୍ଗା ଯାଇଛି । ଏସସିବି ମେଡିକାଲ ଓ ତାଳଦଣ୍ଡା କେନାଲ ରାସ୍ତା ସମ୍ପ୍ରସାରଣରେ ହଲ ସମସ୍ୟା ସୃଷ୍ଟି କରୁଥଲା । ଫଳରେ ଏହାକୁ ଭାଙ୍ଗିବା ପାଇଁ ପ୍ରଶାସନକୁ ନାକେଦମ ହେବାକୁ ପଡିଥିଲା ।

ମାଟିରେ ମିଶିଲା ହିନ୍ଦ ସିନେମା ହଲ

ଶେଷରେ କୋର୍ଟର ନିର୍ଦ୍ଦେଶ ମୁତାବକ କ୍ଷତିପୂରଣ ଅର୍ଥ ଜମା କରିବା ପରେ ଉଚ୍ଛେଦ ନେଇ ଅନୁମତି ମିଳିଥିଲା । ସୋମବାର ବିଧିବଦ୍ଧ ଭାବରେ ଏହାକୁ ଭଙ୍ଗାଯିବା ସହିତ ଅଟକି ରହିଥିବା ସମ୍ପ୍ରସାରଣ ତଥା ସୌନ୍ଦର୍ଯ୍ୟକରଣ କାମ ଆଗକୁ ଯାଇଛି। ତେବେ ସମସ୍ତଙ୍କୁ ଥଇଥାନ ଓ କ୍ଷତିପୂରଣ ଦିଆଯିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି। 5 ଟି ବୁଲଡୋଜର ମେସିନ ସାହାଯ୍ୟରେ ହଲ ଓ ଏହାକୁ ଲାଗି ରହିଥିବା ସିଏମସିର 30ଟି ଦୋକାନ ଘରକୁ ପ୍ରଶାସନ ସମ୍ପୂର୍ଣ୍ଣ ଉଚ୍ଛେଦ କରିଛି ।

ସିଏମସି ଡେପୁଟି କମିଶନର ସମେତ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଓ କମିଶନରେଟ ପୋଲିସର 2 ପ୍ଲାଟୁନ ଫୋର୍ସ ଉପସ୍ଥିତିରେ ମାଟିରେ ମିଶିଛି ଏହି 3ମହଲା ବିଶିଷ୍ଟ ଅଟ୍ଟାଳିକା । ଏସସିବି ସମ୍ପ୍ରସାରଣ ତଥା ତାଳଦଣ୍ଡା କେନାଲ ରାସ୍ତା ସମ୍ପ୍ରସାରଣରେ ବାଧକ ସାଜିଥିଲା ହିନ୍ଦ୍ ସିନେମା ହଲ । ଏହା ବ୍ୟକ୍ତିଗତ ମାଲିକାନାରେ ଥିବାରୁ ଉଚ୍ଛେଦ ପାଇଁ ପ୍ରଶାସନକୁ ନାକେଦମ ହେବାକୁ ପଡିଥିଲା। ତେବେ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପ୍ରାୟ ୯ କୋଟି ଟଙ୍କା କ୍ଷତିପୂରଣ କୋର୍ଟରେ ଜମା ଦେବା ପରେ ଏହାକୁ ଉଚ୍ଛେଦ ପାଇଁ ଅନୁମତି ମିଳିଥିଲା।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details