କଟକ: ରାଜ୍ୟରେ ହାଇକୋର୍ଟ କାର୍ଯ୍ୟକାରୀ ନେଇ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ନଭେମ୍ବର 20 ପର୍ଯ୍ୟନ୍ତ ଭର୍ଚୁଆଲ ଯୋଗେ ହେବ ସମସ୍ତ କାର୍ଯ୍ୟ । ଅଗଷ୍ଟ ୨୧ ତାରିଖରେ ଦିଆ ଯାଇଥିବା ନିର୍ଦ୍ଦେଶନାମା ଅନୁସାରେ ହାଇକୋର୍ଟ, ଟ୍ରିବ୍ୟୁନାଲ, ନିମ୍ନ ଅଦାଲତରେ କାର୍ଯ୍ୟ ଚାଲିବ ବୋଲି ହାଇକୋର୍ଟ ପକ୍ଷରୁ କୁହାଯାଇଛି । କିନ୍ତୁ ଅକ୍ଟୋବର ମାସରେ ସମସ୍ତ ଶନିବାର ଅଦାଲତ କାର୍ଯ୍ୟ ବନ୍ଦ ରହିବ ବୋଲି ନୋଟିଫିକେସନରେ ଦର୍ଶାଯାଇଛି।
ନଭେମ୍ବର 20 ଯାଏଁ ଭର୍ଚୁଆଲରେ ଚାଲିବ ଓଡିଶା ହାଇକୋର୍ଟ - ଓଡିଶା ହାଇକୋର୍ଟ
ନଭେମ୍ବର ୨୦ ପର୍ଯ୍ୟନ୍ତ ସ୍ବାଭାବିକ ଭାବେ ଚାଲୁ ହୋଇ ପାରିବ ନାହିଁ ଓଡ଼ିଶା ହାଇକୋର୍ଟ। ଅଗଷ୍ଟ ୨୧ ତାରିଖରେ ଦିଆ ଯାଇଥିବା ନିର୍ଦ୍ଦେଶନାମା ଅନୁସାରେ ହାଇକୋର୍ଟରେ ଅଦାଲତ କାର୍ଯ୍ୟ ଚାଲିବ ବୋଲି ହାଇକୋର୍ଟ ପକ୍ଷରୁ କୁହାଯାଇଛି।
![ନଭେମ୍ବର 20 ଯାଏଁ ଭର୍ଚୁଆଲରେ ଚାଲିବ ଓଡିଶା ହାଇକୋର୍ଟ କେବେ ସ୍ବାଭାବିକ ହେବ ହାଇକୋର୍ଟ ?](https://etvbharatimages.akamaized.net/etvbharat/prod-images/768-512-9023739-thumbnail-3x2-highcourt.jpg)
କେବେ ସ୍ବାଭାବିକ ହେବ ହାଇକୋର୍ଟ ?
ଅଗଷ୍ଟ ୨୧ ତାରିଖରେ ହାଇକୋର୍ଟ ପକ୍ଷରୁ ଜାରି କରାଯାଇଥିବା ବ୍ୟବସ୍ଥା ଅନୁଯାୟୀ ସାରା ରାଜ୍ୟରେ ଅଦାଲତ କାର୍ଯ୍ୟ ଚାଲୁଛି। ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ସେହି ବ୍ୟବସ୍ଥା ଅନୁଯାୟୀ ହିଁ ଅଦାଲତ କାର୍ଯ୍ୟ ଚାଲୁ ରହିବ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ