କଟକ: ସମାଜସେବୀ ଆଦିତ୍ୟ ଦାସ ହତ୍ୟା ଘଟଣାରେ ଆଜି ହାଇକୋର୍ଟରେ ଶୁଣାଣି ହୋଇଛି । ଆଦିତ୍ୟଙ୍କୁ ହତ୍ୟା କରାଯାଇଥିବା ନେଇ ଏଯାବତ କୌଣସି ପ୍ରମାଣ ମିଳି ପାରିନଥିବା ସତ୍ୟପାଠ ମାଧ୍ୟମରେ କୋର୍ଟଙ୍କୁ ଅବଗତ କରାଇଛନ୍ତି କ୍ରାଇମବ୍ରାଞ୍ଚ । ଆଜି ଏନେଇ କୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି କ୍ରାଇମବ୍ରାଞ୍ଚ ।
ତଦନ୍ତକାରୀ ଅଧିକାରୀ କରୋନା ସଂକ୍ରମିତ ଥିବାରୁ ରିପୋର୍ଟ ଦାଖଲ ହୋଇପାରି ନାହିଁ । ଆସନ୍ତା 26 ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ତେବେ ଏହି ଷ୍ଟାଟସ ରିପୋର୍ଟର ନକଲ କପି ଆବେଦନକାରୀ ଓକିଲଙ୍କୁ ପ୍ରଦାନ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି । ଆସନ୍ତା ୨୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି ।