କଟକ: ବିଭିନ୍ନ ଜେଲରେ ଥିବା ବିଚାରଧିନ କଏଦୀଙ୍କ କୋରୋନା ପରୀକ୍ଷା କରିବାକୁ ନିର୍ଦ୍ଦେଶ। ଆବଶ୍ୟକ ପଡିଲେ ସେମାନଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାକୁ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ନିର୍ଦ୍ଦେଶ ଦେଇଛନ୍ତି ।
ବିଚାରଧୀନ କଏଦୀଙ୍କ କୋରୋନା ପରୀକ୍ଷା ପାଇଁ ନିର୍ଦ୍ଦେଶ - ବିଚାରଧିନ କଏଦୀଙ୍କ କୋରୋନା ପରୀକ୍ଷା ପାଇଁ ନିର୍ଦ୍ଦେଶ
ଗଞ୍ଜାମ ଓ ରାଉଲକେଲା ଉପକାରଗାରାରେ ବିଚାରଧୀନ କଏଦୀ କୋରୋନା ପଜିଟିଭ ଜଣାପଡିବା ପରେ ସମସ୍ତ କଏଦୀଙ୍କ କୋରୋନା ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢନ୍ତୁ...

ବିଚାରଧିନ କଏଦୀଙ୍କ କୋରୋନା ପରୀକ୍ଷା ପାଇଁ ନିର୍ଦ୍ଦେଶ
ଗଞ୍ଜାମ ଓ ରାଉଲକେଲା ଉପକାରଗାରାରେ ବିଚାରଧିନ କଏଦୀ କୋରୋନା ପଜିଟିଭ ଜଣାପଡିବା ପରେ କମିଟି ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି। ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷା ଜଷ୍ଟିସ ସଞ୍ଜୁ ପଣ୍ଡା,ଗୃହ ସଚିବ, ଓ ଜେଲ ମହାନିର୍ଦ୍ଦେଶକ ଡିଜିଙ୍କୁ ନେଇ ଏହି ବୈଠକ ବସିଥିଲା। ବିଚାରଧୀନ କଏଦୀ ମାନେ କିପରି ଗୋଷ୍ଠୀ ସଂକ୍ରମଣରୁ ଦୂରେଇ ରହିବେ ସେନେଇ ଆଲୋଚନା କରାଯାଇଥିଲା। ସେହିପରି ଅର୍ନେସ କୁମାର ରାୟରେ ରହିଥିବା ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରିବାକୁ ଏହି କମିଟି ନିର୍ଦ୍ଦେଶ ଦେଇଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ