ଓଡିଶା

odisha

ହାଇକୋର୍ଟରେ ଶିଶୁ ଭବନ ମାମଲା, ଅକ୍ଟୋବର ୧୮ରେ ପରବର୍ତ୍ତୀ ଶୁଣାଣି

By

Published : Sep 6, 2022, 8:56 AM IST

Updated : Sep 6, 2022, 9:08 AM IST

ଆସନ୍ତା ଅକ୍ଟୋବର ୧୮ରେ ଶିଶୁ ଭବନ ମାମଲାର ପରବର୍ତ୍ତୀ ଶୁଣାଣି କରିବେ ହାଇକୋର୍ଟ । ଅଧିକ ପଢନ୍ତୁ

ହାଇକୋର୍ଟରେ ଶିଶୁ ଭବନ ମାମଲା, ଅକ୍ଟୋବର ୧୮ରେ ପରବର୍ତ୍ତୀ ଶୁଣାଣି
ହାଇକୋର୍ଟରେ ଶିଶୁ ଭବନ ମାମଲା, ଅକ୍ଟୋବର ୧୮ରେ ପରବର୍ତ୍ତୀ ଶୁଣାଣି

କଟକ: ସୋମବାର ଶିଶୁ ଭବନ ସମ୍ପର୍କିତ ମାମଲାର(Sishu Bhawan Case Hearing In High Court) ହାଇକୋର୍ଟରେ ଶୁଣାଣି ହୋଇଛି । ଆଇନଜୀବୀ କମିଟି ଉଚ୍ଚ ନ୍ୟାୟାଳୟରେ ଦାଖଲ କରିଥିବା ରିପୋର୍ଟ ଉପରେ ଶିଶୁ ଭବନ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି । ତେବେ ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୮ରେ ହେବା ପାଇଁ ଧାର୍ଯ୍ୟ ହୋଇଛି ।

ସୂଚନାଯୋଗ୍ୟ, ପୂର୍ବ ଶୁଣାଣି ସମୟରେ ସରକାରଙ୍କ ତରଫରୁ ସତ୍ୟପାଠ ଦାଖଲ କରାଯାଇଥିଲା । ଶିଶୁ ଭବନ ଅଧୀକ୍ଷକ ସତ୍ୟପାଠ ଦାଖଲ କରି ଦର୍ଶାଇଥିଲେ ଯେ, ପରିମଳ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିସହିତ ଅଧୀକ୍ଷକଙ୍କ ପକ୍ଷରୁ ଫଟୋଗ୍ରାଫ ମଧ୍ୟ ଦାଖଲ କରାଯାଇଥିଲା । ତେବେ ଏହି ସତ୍ୟପାଠ ଉପରେ ଆଇନଜୀବୀ କମିଟି ଶିଶୁ ଭବନ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବ ।

ଏହାମଧ୍ୟ ପଢନ୍ତୁ:ବର୍ଷା-ଅନୁଭବ ପାରିବାରିକ ମାମଲା, ୧୫ରେ ହାଇକୋର୍ଟରେ ଚୂଡାନ୍ତ ଶୁଣାଣି

ସତ୍ୟପାଠରେ ଯେଉଁ ପଦକ୍ଷେପ ସମ୍ପର୍କରେ ଉଲ୍ଲେଖ କରାଯାଇଛି ତାହା ସତ କି ନାହିଁ କମିଟି ଅନୁଧ୍ୟାନ କରିବ ବୋଲି ହାଇକୋର୍ଟ କହିଥିଲେ । ତେବେ ଏହି କମିଟିରେ ଆଇନଜୀବୀ ଅରୁଣ କୁମାର ବୁଦ୍ଧିଆ, ନିବାସ ଚନ୍ଦ୍ର ମିଶ୍ର, ଅଜୟ କୁମାର ମହାନ୍ତି ଓ ଏ.ପି.ଦାସ ଅଛନ୍ତି । ଆଇନଜୀବୀମାନେ ବିଭିନ୍ନ ୱାର୍ଡର ସ୍ଥିତି ଅନୁଧ୍ୟାନ କରିବା ସହିତ ଭିଡିଓ କ୍ଲିପିଂ ଓ ଫଟୋଗ୍ରାଫ୍ ଉତ୍ତୋଳନ କରି ହାଇକୋର୍ଟରେ ରିପୋର୍ଟ ଦାଖଲ କରିଥିଲେ । ଏହି ରିପୋର୍ଟ ଉପରେ ପକ୍ଷ ରଖିବାକୁ ଶିଶୁ ଭବନ ଅଧୀକ୍ଷକଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଇଟିଭି ଭାରତ, କଟକ

Last Updated : Sep 6, 2022, 9:08 AM IST

ABOUT THE AUTHOR

...view details