ଓଡିଶା

odisha

ETV Bharat / city

କାଏମ ରହିଲା ସରକାରଙ୍କ ନିଷ୍ପତ୍ତି, ବଢିବନି ମୂର୍ତ୍ତି ଉଚ୍ଚତା: ହାଇକୋର୍ଟ - ହାଇକୋର୍ଟ

ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଲେ ହାଇକୋର୍ଟ । ବାଲୁବଜାର ପୂଜା କମିଟିରି ମୂର୍ତ୍ତି ଉଚ୍ଚତା ବିରୋଧରେ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି । ଅଧିକ ପଢନ୍ତୁ...

କାୟମ ରହିଲା ସରକାରଙ୍କ ନିଷ୍ପତ୍ତି, ବଢିବନି ମୂର୍ତ୍ତି ଉଚ୍ଚତା: ହାଇକୋର୍ଟ
କାୟମ ରହିଲା ସରକାରଙ୍କ ନିଷ୍ପତ୍ତି, ବଢିବନି ମୂର୍ତ୍ତି ଉଚ୍ଚତା: ହାଇକୋର୍ଟ

By

Published : Sep 17, 2021, 2:27 PM IST

Updated : Sep 17, 2021, 7:24 PM IST

କଟକ: ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ ହେବ ଦୁର୍ଗା ପୂଜା । ପୂଜାରେ ମୂର୍ତ୍ତିକୁ ନେଇ ଲାଗିରହିଥିବା ବିବାଦର ଏକ ପ୍ରକାରର ଅନ୍ତ ଘଟିଛି । କାରଣ ଓଡି଼ଶା ହାଇକୋର୍ଟ ଦୁର୍ଗା ମୂର୍ତ୍ତି ଉଚ୍ଚତାକୁ ନେଇ ବାଲୁ ବଜାର ପୂଜା କମିଟିର ଆବେଦନକୁ ଖାରଜ କରି ଦେଇଛନ୍ତି । ଏହାପରେ କଟକ ସହରର ସମସ୍ତ ପୂଜା କମିଟିର ଆଶା ମଉଳି ଯାଇଛି । ଅପରପଟେ ୩ୟ ଥର ଲାଗି ହୋଇଥିବା ଶାନ୍ତି କମିଟି ଓ ପୂଜା କମିଟିର ଵୈଠକ ମଧ୍ୟ ଆଜି ବିଫଳ ହୋଇଛି। ତେଣୁ ପୂଜା ପାଇଁ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କଟକଣା ଅନୁସାରେ ଏଥର ପୂଜା ହେବ ବୋଲି ସ୍ପଷ୍ଟ ବାରି ହୋଇପଡୁଛି ।

କାଏମ ରହିଲା ସରକାରଙ୍କ ନିଷ୍ପତ୍ତି, ବଢିବନି ମୂର୍ତ୍ତି ଉଚ୍ଚତା: ହାଇକୋର୍ଟ

ହାଇକୋର୍ଟରୁ ନିରାଶ ହୋଇଛନ୍ତି କଟକ ବାଲୁବଜାର ପୂଜା କମିଟି । ସରକାରଙ୍କ ଏସଓପିକୁ ଚ୍ୟାଲେଞ୍ଜ କରି କମିଟି ପକ୍ଷରୁ ମା' ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତାକୁ ନେଇ ଆବେଦନର ରାୟ ପ୍ରକାଶ କରି ଖାରଜ କରିଛନ୍ତି ହାଇକୋର୍ଟ । ଏଥିସହ ରାଜ୍ୟ ସରକାର ୯ ଅଗଷ୍ଟରେ ଜାରି କରିଥିବା ପୂଜା ଗାଇଡ ଲାଇନରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ନିଜ ରାୟରେ ସ୍ପଷ୍ଟ କରିଛନ୍ତି ହୋଇକୋର୍ଟ । ଦଶହରା ପୂଜା ପୂର୍ବ ଭଳି ହେଲେ ଅନେକ ଲୋକଙ୍କ ସମାଗମର ସମ୍ଭାବନାକୁ ଏଡାଇପାରିବା ନାହିଁ ବୋଲି କୋର୍ଟ ଅନୁଭବ କରିଛନ୍ତି । ଗୋଟିଏ ପୂଜା ମଣ୍ଡପକୁ ଅନୁମତି ମିଳିଲେ ରାଜ୍ୟର ତମାମ ପୂଜା ମଣ୍ଡପଗୁଡ଼ିକ ମଧ୍ୟ ଅନୁରୂପ ଦାବି କରିବେ । ଯାହା ସରକାରଙ୍କୁ କୋଭିଡ଼ ମୁକାବିଲାରେ ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି ।

ଏହି ରାୟକୁ ତର୍ଜମା କରିବା ପରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହେବେ କି ନାହିଁ ସେ ନେଇ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ବାଲୁବଜାର ପୂଜା କମିଟିର ସଭାପତି । ସେହିପରି ହାଇକୋର୍ଟଙ୍କ ଖାରଜ ପରେ ଶାନ୍ତି କମିଟି ଓ ପୂଜା କମିଟି ଗୁଡିକ ଆଉ ଆଇନର ଦ୍ବାରସ୍ଥ ନ ହୋଇ ସରକାରଙ୍କ ଏସଓପି ଅନୁସାରେ ପୂଜା କରିବେ ବୋଲି ମନ ବଳାଇଲେଣି । ସେପଟେ ଦୁଇ ଦୁଇ ଥର ସରକାରଙ୍କ ଠାରୁ ନିରାଶ ହେବା ପରେ ଆଜି ୩ୟ ଥର ଲାଗି କଟକର ଶାନ୍ତି କମିଟି ଓ ପୂଜା କମିଟିର ୱାର୍କିଂ ସଦସ୍ୟ ମାନଙ୍କୁ ନେଇ ବୈଠକ ବସିଥିଲା । ମାତ୍ର ପୂର୍ବ ବୈଠକ ଭଳି ଏହି ବୈଠକରେ ମଧ୍ୟ ସେଭଳି କୌଣସି ନିଷ୍କର୍ସ ବାହାରିପାରିନଥିଲା । ଆଜି ମଧ୍ୟ କିଛି ପୂଜା ମଣ୍ଡପ କର୍ମକର୍ତ୍ତା ୧୧ ତାରିଖ ବୈଠକରେ ସାଂସଦଙ୍କ ପ୍ରତିଶ୍ରୁତିକୁ ନେଇ ପ୍ରଶ୍ନ କରିବା ସହିତ ହୋ ହାହ୍ଲା କରିଥିଲେ ।

ଏହା ବି ପଢନ୍ତୁ: ବଢିବାରେ ଲାଗିଛି ମୂର୍ତ୍ତି ଉଚ୍ଚତା ବିବାଦ, ବିଜେପି-ବିଜେଡି ମୁହାଁମୁହିଁ

ସେପଟେ ଏନେଇ ସାଂସଦ ଭର୍ତ୍ତୂହରିଙ୍କ ପ୍ରତିକ୍ରିୟା ରଖିଛନ୍ତି । ଗୋଟିଏ ପଟେ କଟକର ସ୍ବାଭିମାନ ଓ ଅନ୍ୟପଟେ ସରକାରଙ୍କ କୋଭିଡ ବୃଦ୍ଧି ପାଇବାର ବାରମ୍ବାର ଆଶଙ୍କା ପ୍ରଦର୍ଶନ କରୁଛନ୍ତି ତେବେ ଏହାକୁ ମଧ୍ୟ ଏଡାଇପାରିବା ନାହିଁ । ସେ ଦିଗରେ ଅଧିକ ସମୟ ନ ବିତାଇବା ପାଇଁ ପୂଜା କମିଟି ଆଗକୁ ବଢିବା ପାଇଁ ସ୍ଥିର କରୁଥିବା କହିଛନ୍ତି ଭର୍ତ୍ତୂହରି । ସେପଟେ ହାତରେ କମ ସମୟ ରହିଥିବା ବେଳେ ଏ ପର୍ଯ୍ୟନ୍ତ ମୂର୍ତ୍ତି ବନ୍ଧା ହୋଇନାହିଁ । ନିଷ୍ପତ୍ତିର ଟଣାଓଟରା ମଧ୍ୟରେ ପୂର୍ବ ବର୍ଷ ଭଳି ସରକାରଙ୍କ ନିଷ୍ପତ୍ତି ମାନି ପ୍ରସ୍ତୁତିରେ ଆରମ୍ଭ କରିବେ ବୋଲି କହିଛନ୍ତି ପୂଜା କମିଟି କର୍ମକର୍ତ୍ତା ।

ଆସନ୍ତାକାଲି (ଶନିବାର) ପୂଜା କମିଟି ଓ ଶାନ୍ତି କମିଟି ମଧ୍ୟରେ ଇଣ୍ଟରନାଲ ମିଟିଙ୍ଗ ବସିବାର ସମ୍ଭାବନା ରହିଛି । ସେପଟେ ବାଲୁବଜାର ପୂଜା କମିଟି ଆସନ୍ତାକାଲି ସୁପ୍ରିମକୋର୍ଟ ଯିବା ନେଇ ଆଲୋଚନା ପରିସର ହୋଇଛି । ତେବେ ସୂଚନା ଥାଉ କି ପାର୍ବଣରେ କୋରୋନା ସଂକ୍ରମଣ ବୃଦ୍ଧିର ଆଶଙ୍କା ରହିଛି । ଯାହାର ସଦ୍ୟ ଦୃଷ୍ଟାନ୍ତ କେରଳର ଓନମ ପର୍ବ । ତେଣୁ ମୂର୍ତ୍ତିର ଉଚ୍ଚତା ବୃଦ୍ଧି ହେଲେ ଲୋକେ ଆକର୍ଷଣୀୟ ମୂର୍ତ୍ତି ଦେଖିବାକୁ ମଣ୍ଡପରେ ଭିଡ ଜମାଇବେ । ଯାହା ସଂକ୍ରମଣ ବଢାଇବ । ଏହାକୁ ଦୃଷ୍ଟିରେ ରଖି ମୂର୍ତ୍ତି ଉଚ୍ଚତା 4 ଫୁଟ ମଧ୍ୟରେ ସୀମିତ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Sep 17, 2021, 7:24 PM IST

ABOUT THE AUTHOR

...view details