ଓଡିଶା

odisha

By

Published : Mar 29, 2020, 4:23 PM IST

Updated : Mar 29, 2020, 5:49 PM IST

ETV Bharat / city

ପ୍ରବାସୀ ଶ୍ରମିକଙ୍କ ପ୍ରତି ଯତ୍ନବାନ ହେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଲକ ଡାଉନ ଯୋଗୁଁ କାମଧନ୍ଦା ନ ପାଇ ଘର ମୁହାଁ ଦିନ ମଜୁରିଆ ଓ ଶ୍ରମିକ । ଏଭଳି ସ୍ଥିତିରେ ଶ୍ରମିକଙ୍କ ସମସ୍ୟା ପ୍ରତି ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ପ୍ରବାସୀଙ୍କ ପ୍ରତି ଯତ୍ନବାନ ହେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ପ୍ରବାସୀଙ୍କ ପ୍ରତି ଯତ୍ନବାନ ହେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ରାଜ୍ୟ ତଥା ରାଜ୍ୟ ବାହାରେ ଫସି ରହିଥିବା ଦାଦନ ଶ୍ରମିକଙ୍କ ସମସ୍ୟା ପ୍ରତି ଯତ୍ନବାନ ହେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଲକ ଡାଉନ ଯୋଗୁଁ ରାଜ୍ୟ ବାହାରୁ ଫେରୁଥିବା ଲୋକଙ୍କୁ ସୀମାନ୍ତରେ ଅଟକାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହାସହ ସେମାନଙ୍କ ରହିବା, ଖାଇବା ଓ ସ୍ବାସ୍ଥ୍ୟ ପରୀକ୍ଷାର ବ୍ୟବସ୍ଥା କରାଯିବ । ସେହିପରି ଜିଲ୍ଲାଗୁଡିକରେ ମଧ୍ୟ ଏହି ନିୟମ ପାଳନ କରିବାକୁ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଆବଶ୍ୟକସ୍ଥଳେ ବନ୍ଦ ଥିବା ସ୍କୁଲ ଓ କଲେଜଗୁଡିକରେ ସେମାନଙ୍କର ରହିବା ବ୍ୟବସ୍ଥା କରିବା ସହ ନିୟମ ପାଳନ କରିବାକୁ ସୀମାବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ନିଜ ଆଡୁ ମାମଲା ରୁଜୁ କରି ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଓ ଜଷ୍ଟିସ ବିଶ୍ବନାଥ ରଥଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Mar 29, 2020, 5:49 PM IST

ABOUT THE AUTHOR

...view details