ଓଡିଶା

odisha

ETV Bharat / city

ଆଇଆଇସିଙ୍କ ସହ ଦୁଇ ପୋଲିସ ଅଫିସରଙ୍କ ବିରୋଧରେ ମାମଲା ରୁଜୁ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଏକ ଯୌତୁକ ନିର୍ଯ୍ୟାତନା ମାମଲାରେ ଅଭିଯୋଗକାରିଣୀଙ୍କୁ ଦୁର୍ବ୍ୟବହାର ଓ ଟଙ୍କା ମାଗିବା ଅଭିଯୋଗ ମାମଲାର ଶୁଣାଣି କରି ଆଇଆଇସିଙ୍କ ସହ ଦୁଇ ପୋଲିସ ଅଫିସରଙ୍କ ବିରୋଧରେ ମାମଲା ରୁଜୁ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଧିକ ପଢନ୍ତୁ...

ଆଇଆଇସି ସହ ଦୁଇ ପୋଲିସ ଅଫିସରଙ୍କ ବିରୋଧରେ ମାମଲା ରୁଜୁ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦଶ
ଆଇଆଇସି ସହ ଦୁଇ ପୋଲିସ ଅଫିସରଙ୍କ ବିରୋଧରେ ମାମଲା ରୁଜୁ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦଶ

By

Published : Nov 7, 2020, 10:07 PM IST

କଟକ: ଆଇଆଇସିଙ୍କ ସହ ଦୁଇ ପୋଲିସ ଅଫିସରଙ୍କ ବିରୋଧରେ ମାମଲା ରୁଜୁ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଏକ ଯୌତୁକ ନିର୍ଯ୍ୟାତନା ମାମଲାରେ ଅଭିଯୋଗକାରିଣୀଙ୍କୁ ଦୁର୍ବ୍ୟବହାର ଓ ଟଙ୍କା ମାଗିବା ଅଭିଯୋଗ ମାମଲାର ଶୁଣାଣି କରି ଆଇଆଇସି ସହ ଦୁଇ ପୋଲିସ ଅଫିସରଙ୍କ ବିରୋଧରେ ମାମଲା ରୁଜୁ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଆଇଆଇସି ସହ ଦୁଇ ପୋଲିସ ଅଫିସରଙ୍କ ବିରୋଧରେ ମାମଲା ରୁଜୁ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦଶ

ମହିଳା ଥାନା ଇନ୍ସପେକ୍ଟର ଅନୁସୟା ନାୟକ, ଏସଆଇ ଚମ୍ପା ପଟ୍ଟା, ଏଏସଆଇ ସରତ ବେହେରାଙ୍କ ନାମରେ ମାମଲା ରୁଜୁ କରିବାକୁ କଟକ ଡ଼ିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। କଟକ ଚାନ୍ଦିନୀଚୌକର ଲୋପମୁଦ୍ରା ଷଡ଼ଙ୍ଗୀ ୨୦୧୯ ଜାନୁଆରୀ ମାସରେ ଭୁବନେଶ୍ବର ଗଜପତି ନଗରରେ ବିବାହ କରିଥିଲେ।

ଯୌତୁକ ନିର୍ଯ୍ୟାତନା ପରେ ସେ କଟକ ମହିଳା ଥାନାର ଦ୍ବାରସ୍ଥ ହୋଇଥିଲେ। ପୋଲିସ ସଠିକ ତଦନ୍ତ ନକରିବା ସହ ଅଭିଯୋଗକାରିଣୀଙ୍କୁ ଲାଞ୍ଚ ମାଗିଥିଲା। ଲୋପାମୁଦ୍ରା ଏହାପରେ ପୋଲିସ ବିରୋଧରେ ଲାଲବାଗ ଥାନାରେ ମାମଲା ଦାୟର କରିଥିଲେ।

କିନ୍ତୁ ଲାଲବାଗ ଥାନା ପୋଲିସ ମାମଲା ରୁଜୁ କରି ନଥିଲେ। ଲୋପାମୁଦ୍ରା ବାଧ୍ୟ ହୋଇ ହାଇକୋର୍ଟରେ ଏକ ପୋଲିସ ଇନାକସନ ମାମଲା ଦାୟର କରିଥିଲେ। ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ତିନି ପୋଲିସ ଅଫିସରଙ୍କ ବିରୋଧରେ ମାମଲା ରୁଜୁ କରିବାକୁ କଟକ ଡ଼ିସିପି ଓ ଲାଲବାଗ ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details