କଟକ:ପୌର ନିର୍ବାଚନ(Municipal Election)ରେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ରଖା ନଯିବା ପ୍ରସଙ୍ଗରେ ହାଇକୋର୍ଟ ନୋଟିସ ଜାରି କରିଛନ୍ତି । ଓବିସି ବର୍ଗଙ୍କ ପାଇଁ କୌଣସି ସଂରକ୍ଷଣ ରହିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିକୁ ଚାଲେଞ୍ଜ କରି ଦାୟର ମାମଲାରେ ହାଇକୋର୍ଟ ଜବାବ ତଲବ କରିଛନ୍ତି । ରାଜ୍ୟ ସରକାର, ରାଜ୍ୟ ନିର୍ବାଚନ କମିଶନ ଏବଂ ଓବିସି କମିଶନଙ୍କ ଠାରୁ ଏହି ଜବାବ ତଲବ କରିଛନ୍ତି କୋର୍ଟ । ଗତ ଡିସେମ୍ବର ୩୦ ତାରିଖରେ ଓବିସି ବର୍ଗଙ୍କ ପାଇଁ ନିର୍ବାଚନରେ କୌଣସି ସ୍ଥାନ ସଂରକ୍ଷିତ ରଖାଯିବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଥିଲେ ।
ପଛୁଆ ବର୍ଗ କୋଟାକୁ ସୁପ୍ରିମକୋର୍ଟ ଖାରଜ କରିବା ପରେ ରାଜ୍ୟ ସରକାର ଏନେଇ ଅଧ୍ୟାଦେଶ ଜାରି କରିଥିଲେ । ତେବେ ଓବିସି ବର୍ଗଙ୍କ ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟ ସରକାର ଓବିସି କମିଶନ ଗଠନ କରିଛନ୍ତି । କମିଶନ ପ୍ରାରମ୍ଭିକ ପର୍ଯ୍ୟାୟରେ ଓବିସି ବର୍ଗଙ୍କ ପାଇଁ ସର୍ଭେ ମଧ୍ୟ କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଟ୍ରିପୁଲ ଟେଷ୍ଟ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ହୋଇପାରିନାହିଁ ।